
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତୁର୍ଲା ଗାଁ ନିକଟ ତେଲ ନଦୀରେ କୁମ୍ଭୀର ଦେଖିବାକୁ ମିଳିବା ପରେ ଆତଙ୍କ ଖେଳିଯାଇଛି। ନଦୀକୁ ଗାଧୋଇବାକୁ ଯାଇଥିବା କିଛି ଲୋକ କୁମ୍ଭୀରକୁ ଦେଖିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ସାମ୍ପ୍ରତିକ ଅର୍ଣ୍ଣବ ବାତ୍ୟା ପରେ ତେଲ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହି ବନ୍ୟାଜଳରେ ଦୁଇଟି କୁମ୍ଭୀର ଭାସି ଆସିଥିବା ଆଶଙ୍କା କରାଯାଉଛି। ତୁର୍ଲା ଗାଁ ନିକଟରେ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଲୋକେ ଦେଓଗାଁ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦେଓଗାଁ ଫରେଷ୍ଟରଙ୍କ ସହ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଂଚି କୁମ୍ଭୀରର ଉପସ୍ଥିତି ସ୍ପଷ୍ଟ କରିଛି। ଏଥିସହ ଲୋକଙ୍କୁ ନଦୀ ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଜାଲ ପକାଇ କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ନଦୀରେ କୁମ୍ଭୀର ଥିବା ଖବର ପ୍ରଚାର ହେବା ପରେ ତୁର୍ଲା ଓ ଆଖପାଖ ଅଂଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ