ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ବଲାଙ୍ଗିର, ୩୧ ଅକ୍ଟୋବର (ହି.ସ.)- ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌ
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ


ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ  ବଲାଙ୍ଗୀରଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’  ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ


ବଲାଙ୍ଗିର, ୩୧ ଅକ୍ଟୋବର (ହି.ସ.)- ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡମ୍ବରୁଧର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଦୁର୍ନୀତି ନିବାରଣ ବିଭାଗର ଉପ-ଆରକ୍ଷୀ ଅଧୀକ୍ଷକ ପୁଲସ୍ତି ଛତ୍ରିଆ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ଯୋଗଦେଇଥିଲେ । ବଲାଙ୍ଗୀରର ବିଶିଷ୍ଟ ଶିକ୍ଷାବିତ୍ ଡା. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ମୁଖ୍ୟବକ୍ତା ଡା. ମହାନ୍ତି ଦୁର୍ନୀତିମୁକ୍ତ ସମାଜ ଗଠନ ଓ ନୈତିକ ମୂଲ୍ୟବୋଧ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ତତସଙ୍ଗେ ଦୁର୍ନୀତିର ଭୟାବହତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଦୁର୍ନୀତି କେବଳ ଆଇନଗତ ଅପରାଧ ନୁହେଁ, ଏହା ଆମ ସମାଜର ବିକାଶ ଓ ନୈତିକତାର ବାଟରେ ଏକ ବଡ଼ ପ୍ରତିବନ୍ଧକ । ଏକ ସମୃଦ୍ଧ, ସ୍ୱଚ୍ଛ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ନୈତିକ ସଚେତନତା ନିତାନ୍ତ ଆବଶ୍ୟକ । ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ଆଣିବା ପାଇଁ ଯୁବପିଢ଼ି ତଥା ଛାତ୍ରଛାତ୍ରୀମାନେ ନିଜର ନୈତିକ ଦାୟିତ୍ୱ ବୁଝିବା ସହ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଇସଲୱାର ନିଜ ସଭାପତିତ୍ୱ ବକ୍ତବ୍ୟରେ ସରକାରୀ ସେବାଗୁଡ଼ିକୁ ସ୍ୱଚ୍ଛ, ସରଳ ଓ ଜନକୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଜନସାଧାରଣଙ୍କୁ ସେ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ।

ଏହି ସଚେତନତା ସପ୍ତାହ ପାଳନ ଅବସରରେ ପୂର୍ବାହ୍ନ ୧୦ଟା ରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରି ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ମିଶନ ଶକ୍ତି ଡିପିସି ଅନିଲ ଦାହାଙ୍ଗା, ବଲାଙ୍ଗୀର ବ୍ଲକ ବିପିସି ସ୍ୱର୍ଣ୍ଣପ୍ରଭା ନାଗ, ବିପିଏସିଏ ହୃଷୀକେଶ ନନ୍ଦ, ପୁଇଁନ୍ତଲା ବ୍ଲକ ବିପିସି ଚିନ୍ମୟ ତ୍ରିପାଠୀ, ବିପିଏସିଏ ଅଭିନନ୍ଦନ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ସାଧାରଣ ଜନତା ସକ୍ରିୟ ଭାବେ ସାମିଲ ହୋଇଥିଲେ । ପୂର୍ବାହ୍ନ ୧୧ଟା ରେ ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ସଭାକାର୍ଯ୍ୟ ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସପ୍ତାହ ବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande