ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ବୈଠକ
ପୁରୀ, ୩୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅବକାଶ ଲେନ ସ୍ଥିତ ମା'' ଭୁବନେଶ୍ଵରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଲକ୍ଷ୍ମୀଧର ମିଶ୍ର ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ସରକାରଙ୍କ ପେନ୍ସନ୍ ଭୋଗୀ ମାନଙ୍କ
ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ


ପୁରୀ, ୩୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅବକାଶ ଲେନ ସ୍ଥିତ ମା' ଭୁବନେଶ୍ଵରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଲକ୍ଷ୍ମୀଧର ମିଶ୍ର ଅଧ୍ୟକ୍ଷତା କରିଥିଲେ।

କେନ୍ଦ୍ର ସରକାରଙ୍କ ପେନ୍ସନ୍ ଭୋଗୀ ମାନଙ୍କ ପ୍ରତି ବିଭେଦିକରଣ, ବୈମାତୃକ ମନୋଭାବ ଓ ଅବିଚାର ବିରୁଦ୍ଧରେ ପ୍ରତିବାଦ କରାଯାଇ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଗତ ତା ୨୫.୦୩.୨୦୨୫ ଦିନ ପାର୍ଲାମେଣ୍ଟରେ ଫାଇନ୍ସ ବିଲ୍ ୨୦୨୫ର ଅଂଶ ଭାବେ ପେନ୍ସନ୍ ଭାଲିଡେସନ୍ ଆକ୍ଟ ପାସ କରିବା ଦ୍ବାରା ୦୧.୦୧.୨୦୨୬ ପୂର୍ବର ପେନ୍ସନ୍ ଭୋଗୀ ମାନେ ୮ମ ବେତନ କମିସନର ସମସ୍ତ ଆର୍ଥିକ ସୁବିଧା ସୁଯୋଗ ହରାଇବା ସହିତ ପେନ୍ସନ୍ ସରକାରଙ୍କ ଦୟା ନୁହେଁ ସେମାନଙ୍କ ଅଧିକାର’ରୁ ବଞ୍ଚିତ କରୁଥିବା କଳାଆଇନ୍ ଅଗଣତାନ୍ତ୍ରିକ ଓ ଦୁର୍ଭାଗ୍ୟଜନକ ବୋଲି ସାଧାରଣ ସଂପାଦକ ବିଶ୍ଵନାଥ ବେହେରା ଅଭିଯୋଗ କରିବା ସହିତ ପ୍ରତ୍ୟାହାର ଦାବି କରିଛନ୍ତି । ଏତଦ୍ ବ୍ୟତୀତ ଏହି କଳା ଆଇନ୍ ଦ୍ଵାରା ରାଜ୍ୟର ତିନି ଲକ୍ଷରୁ ଅଧିକ ପେନ୍ସନ୍ ଭୋଗୀ କ୍ଷତିଗ୍ରସ୍ତ ହେବେ ଓ ସେମାନଙ୍କ ପେନ୍ସନ୍ ସମୀକରଣ ହେବ ନାହିଁ । ସର୍ବ ଭାରତୀୟ ରାଜ୍ୟ ପେନ୍ସନର୍ସ ଫେଡେରେସନ ଓ ରାଜ୍ୟ ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ନିଷ୍ପତ୍ତି କ୍ରମେ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ପେନ୍ସନ୍ ବିରୋଧ ଭାଲିଡେସନ୍ ଆକ୍ଟ ପ୍ରତ୍ୟାହାର ନିମନ୍ତେ ଜିଲ୍ଲାପାଳଙ୍କ ମାଧ୍ୟମରେ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା ।ଏହା ସହିତ ପେନ୍ସନ ଭୋଗୀମାନଙ୍କ ପ୍ରମୁଖ ଦାବି ପେନସନ୍ ବୈଧତା ଆଇନରେ ଥିବା ବ୍ୟବସ୍ଥା ଗୁଡ଼ିକୁ ପ୍ରତ୍ୟାହାର ଓ ଅଷ୍ଟମ ବେତନ ଆୟୋଗ ପରିସରରେ ଥିବା ଅସଗଂତିକୁ ସଂଶୋଧନ କରାଯାଇ ଜାନୁଆରୀ ୨୦୨୬ ପୂର୍ବରୁ ଅବସର ନେଇଥିବା ପେନ୍ସନ୍ ଭୋଗୀମାନଙ୍କ ପେନ୍ସନ୍ ସଂଶୋଧନକୁ ସାମିଲ୍ କରିବାକୁ ଦାବି କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମାନେ ସରକାରୀ ସେବାପରେ ପେନ୍ସନ୍ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କ ଦାବି ଗୁଡ଼ିକର ନ୍ୟାୟ ସଂଗତ ସମାଧାନ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ସଂପାଦକ ଦାବି କରିଥିଲେ । ନଚେତ୍ ଆଗାମି ଦିନରେ ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଆଲୋଚନାରେ ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ, ସଭାପତି ଲକ୍ଷ୍ମୀଧର ମିଶ୍ର, ସନ୍ତୋଷ କୁମାର ମହାନ୍ତି, ବ୍ରହ୍ମାନନ୍ଦ ଦାସ, ପ୍ରଫେସର ଶଙ୍କର୍ଷଣ ଦାସ, ରାମ ନାରାୟଣ ମିଶ୍ର, ଆଶାଲତା ପ୍ରଧାନ, ଦୁର୍ଗାବତୀ ପ୍ରଧାନ, ଅଞ୍ଜଳୀ ରଥ, ସୁରେନ୍ଦ୍ର ଜେନା, ବ୍ରହ୍ମାନନ୍ଦ ସାହୁ, ରମେଶ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ଦାସ, ବିଜୟ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ସାହୁ, ରମେଶଚନ୍ଦ୍ରବଳିୟାରସିଂହ, ମନୋଜ କୁମାର ସାମନ୍ତରାୟ, ନିରଞ୍ଜନ ପତି ଅଂଶଗ୍ରହଣ କରିଥିଲେ । ଶେଷରେ ବସନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande