ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସଚେତନତା ରାଲି

ସମ୍ବଲପୁର, ୩୧, ଅକ୍ଟୋବର (ହି.ସ.) - ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୦୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପଂଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷିରେ ସାଧାରଣ ନାଗରିକ ମାନଙ୍କୁ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରସାଶନ ଏବଂ ଭିଜିଲାନ୍ସ ବିଭାଗର ମିଳିତ ସହଯୋଗ ରେ ସମ୍ବଲପୁର ର ସିଏସବି ଜିଲ୍ଲା ସ୍କୁଲ ରୁ ଗୋଳବଜାର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜନ କରାଯାଇଥିଲା ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ-ସାଧାରଣ ଅଶୋକ କୁମାର ଭୋଇ, ସମ୍ବଲପୁର ଖଣ୍ଡ ଦୁର୍ନୀତି ନିବାରଣ ବିଭାଗ ଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯେଉଁଥିରେ ଏସବିଆଇ ର ଆଂଚଳିକ ପ୍ରବନ୍ଧକ ଶ୍ରୀ ସଦାଶିବ ପାର୍ଥସାରଥି ସାହୁକାରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ନାଗରିକ ମାନଙ୍କୁ ଦୁର୍ନୀତି ବିରୋଧରେ ସଚେତନ କରାଇବାକୁ ସମ୍ବଲପୁରର ଜିଲ୍ଲାସ୍କୁଲ, ଗୋଲବାଜର, ନେଲସନ ମାଣ୍ଡେଲା ଛକ, ମା’ ସମଲେଇ ମନ୍ଦିର ଠାରେ ଦାସକାଠିଆ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande