ବନ୍ୟା ପ୍ରଭାବିତ ଲୋକମାନେ ଘରକୁ ଫେରୁଛନ୍ତି, ସ୍ବାଭାବିକ୍ ହେଉଛି ସ୍ଥିତି
ଗଞ୍ଜାମ, ୩୧ ଅକ୍ଟୋବର (ହି.ସ.)- ଆଜି ଗଞ୍ଜାମ ଜିଲ୍ଲାରେ ପାଗସୁଖିଲା ହୋଇ ଖରା ହୋଇଛି। ବନ୍ୟା ପାଣି କମିଛି। ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ବ୍ୟକ୍ତିମାନେ ଘର ବାହୁଡ଼ା ହୋଇ ଘରଭିତରୁ କାଦୁଅ ପାଣି ବାହାର କରି ସଫା କରୁଛନ୍ତି। ସମସ୍ତ ଅଞ୍ଚଳକୁ ଗମନାଗମନ ପାଇଁ ରାସ୍ତା ଖୋଲି ଯାଇଛି। ଯାନବାହାନ କ
ବନ୍ୟା ପ୍ରଭାବିତ ଲୋକମାନେ ଘରକୁ ଫେରୁଛନ୍ତି, ସ୍ବାଭାବିକ୍ ହେଉଛି ସ୍ଥିତି


ଗଞ୍ଜାମ, ୩୧ ଅକ୍ଟୋବର (ହି.ସ.)- ଆଜି ଗଞ୍ଜାମ ଜିଲ୍ଲାରେ ପାଗସୁଖିଲା ହୋଇ ଖରା ହୋଇଛି। ବନ୍ୟା ପାଣି କମିଛି। ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ବ୍ୟକ୍ତିମାନେ ଘର ବାହୁଡ଼ା ହୋଇ ଘରଭିତରୁ କାଦୁଅ ପାଣି ବାହାର କରି ସଫା କରୁଛନ୍ତି। ସମସ୍ତ ଅଞ୍ଚଳକୁ ଗମନାଗମନ ପାଇଁ ରାସ୍ତା ଖୋଲି ଯାଇଛି। ଯାନବାହାନ କ୍ରମଶଃ ଆଜି ଚଳାଚଳ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ ପାଞ୍ଚ ହଜାର ୬୬୨ ଜଣ ପ୍ରଭାଵିତ ହୋଇଛନ୍ତି । ଜିଲ୍ଲାରେ ଏବେ ୩୬୭ ରିଲିଫ କେନ୍ଦ୍ର ଚାଲିଛି। ବାତ୍ୟା ପରଠାରୁ ଭଞ୍ଜନଗର ଗଡିପାବାଲି ଗାଁ ର୧୨ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ସେମାନଙ୍କ ଖୋଜ ଖବର ନେଉଛନ୍ତି ଜିଲା ପ୍ରଶାସନ। ନଭେମ୍ବର ୨ ତାରିଖରେ ଆଉ ଏକ ଵାତ୍ଯା ସମ୍ଭାବନା ଦେଖା ଦେଇଥିବାରୁ ଗଞ୍ଜାମ ଜନସାଧାରଣଙ୍କ ମନରେ ଛନକା ପସିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande