ଜାତୀୟ ଏକତା ଦିବସ ଅବସରରେ ଏକତା ଶପଥ ପାଠ
ଜାତୀୟ ଏକତା ଦିବସ ଅବସରରେ ଏକତା ଶପଥ ପାଠ
ଜାତୀୟ ଏକତା ଦିବସ ଅବସରରେ  ଏକତା ଶପଥ ପାଠ


ଜାତୀୟ ଏକତା ଦିବସ ଅବସରରେ  ଏକତା ଶପଥ ପାଠ


ସମ୍ବଲପୁର, ୩୧, ଅକ୍ଟୋବର (ହି.ସ.) - ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଆଜି ସାରା ଦେଶ ସମେତ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଜାତୀୟ ଏକତା ଦିବସ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଦେଶର ଏକତା, ଅଖଣ୍ଡତା ଓ ଆଭ୍ୟନ୍ତରୀଣ ନିରାପତାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେବା ସହ ଜାତୀୟ ଏକତା ଶପଥ ପାଠ କରିଛନ୍ତି। କାର୍ଯ୍ୟାଳୟ ଗୁଡ଼ିକରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱ ଓ ଦେଶ ଗଠନରେ ତାଙ୍କର ଅତୁଳନୀୟ ଯୋଗଦାନକୁ ସ୍ମରଣ କରାଯାଇ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ପରିପେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଶପଥ ପାଠ କରାଗଲା । ଦେଶର ପ୍ରଗତି ଓ ଶାନ୍ତି ପାଇଁ ଆପୋଷ ସଦ୍ଭାବନା ଏବଂ ସଂହତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande