କାଲିମେଳା ହାଇସ୍କୁଲରେ ଜାତୀୟ ଏକତା ଦିବସ ଓ ଆମ ପୋଲିସ ସମିତି ବୈଠକ
ମାଲକାନଗିରି , ୩୧ ଅକ୍ଟୋବର (ହି.ସ.) - କାଲିମେଳା ହାଇସ୍କୁଲ ପରିସରରେ କାଲିମେଳା ଥାନା ପକ୍ଷରୁ ଆଜି ଜାତୀୟ ଏକତା ଦିବସ ଅବସରରେ ଥାନା ଅଧିକାରୀ ପ୍ରଭୁଦତ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହା ସହିତ ଆମ ପୋଲିସ ସମିତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାଧାରଣ ଜ
କାଲିମେଳା ହାଇସ୍କୁଲରେ ଜାତୀୟ ଏକତା ଦିବସ ଓ ଆମ ପୋଲିସ ସମିତି ବୈଠକ


ମାଲକାନଗିରି , ୩୧ ଅକ୍ଟୋବର (ହି.ସ.) - କାଲିମେଳା ହାଇସ୍କୁଲ ପରିସରରେ କାଲିମେଳା ଥାନା ପକ୍ଷରୁ ଆଜି ଜାତୀୟ ଏକତା ଦିବସ ଅବସରରେ ଥାନା ଅଧିକାରୀ ପ୍ରଭୁଦତ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହା ସହିତ ଆମ ପୋଲିସ ସମିତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ସାଧାରଣ ଜନତା, ଛାତ୍ରଛାତ୍ରୀ, ସରପଂଚ, ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନର ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଏକତା, ସାମାଜିକ ସଚେତନତା ଓ ସୃଜନଶୀଳତାର ବାର୍ତା ପ୍ରସାର କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande