ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଚୟ ପକ୍ଷ ପାଳିତ; ସଂସ୍କୃତି ଭବନ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ
National saving week observed
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଚୟ ପକ୍ଷ


ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.)- ଜିଲ୍ଲାରେ ସଞ୍ଚୟ ପକ୍ଷ ପାଳନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି ଏକ ପ୍ରତୀକାତ୍ମକ ଚାରା ରୋପଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ପାଇଁ ଆର୍ଥିକ ସଞ୍ଚୟ ଯେତିକି ଜରୁରୀ, ଆଗାମୀ ପିଢ଼ିର ସୁରକ୍ଷା ପାଇଁ ପରିବେଶ ସଂରକ୍ଷଣ ଓ ବୃକ୍ଷରୋପଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା, ଜିଲ୍ଲା ସୂଚନା ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ଏଥିସହ ସଂସ୍କୃତି ଭବନସ୍ଥିତ ପାଠାଗାରକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଚେତନତା ଓ ନିଜ ନିଜ ପରିସରରେ ଚାରା ରୋପଣ କରିବା ନିମନ୍ତେ ଅଧିକାରୀମାନେ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ବିଭାଗୀୟ କର୍ମଚାରୀ ଭୁବନାନନ୍ଦ ବାଘ, ଜଗନ୍ନାଥ ରାଉତ, ନିହାଲ ଭୋଇ ଏବଂ ହେମକାନ୍ତ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande