ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ


ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ


ସମ୍ବଲପୁର, ୩୧, ଅକ୍ଟୋବର (ହି.ସ.) - ମେରା ଯୁବ ଭାରତ, ସମ୍ବଲପୁର ପକ୍ଷରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ନଶା ମୁକ୍ତ ଯୁବା ଫର ବିକଶିତ ଭାରତ' ବିଷୟବସ୍ତୁକୁ ନେଇ ନେବରହୁଡ୍ ୟୁଥ୍ ପାର୍ଲାମେଂଟ କାର୍ଯ୍ୟକ୍ରମ ଚିପିଲିମା ସ୍ଥିତ କୃଷି ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମେରା ଯୁବ ଭାରତ, ସମ୍ବଲପୁରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଓୟୁଏଟି ଚିପିଲିମାର ଏକ୍ସଟେନ୍ସନ୍ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ରଣିରତ୍ନ ଦାସ, କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ରଞ୍ଜନ କୁମାର ତରାଇ, ମେରା ଯୁବ ଭାରତର ମନ୍ତ୍ରଣାଳୟ ନୋମିନି ମନୀଷ କୁମାର ଦେହେରୀ, ଉଦ୍ୟାନ କୃଷି ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ପ୍ରଜ୍ଞାଶ୍ରୀ ମିଶ୍ର, ଭିସୁଟ୍ ବୁର୍ଲାର ସହକାରୀ ପ୍ରଫେସର ଡଃ ସୁଜୟା କୁମାର ସାଥୁଆ ଏବଂ ଓୟୁଏଟି ଚିପିଲିମାର ସହକାରୀ ପ୍ରଫେସର ତଥା ଏନ୍ଏସ୍ଏସ କାର୍ଯ୍ୟକ୍ରମ ଅଧିକାରୀ ଡଃ ସୁରଜିତ ହଲଧର ଅତିଥି ଭାବେ ଯୋଗଦେଇ ନିଶା ସେବନର କୁପରିଣାମ, ଯୁବସମାଜର ଦାୟିତ୍ୱ ଓ ସୁସ୍ଥ ସମାଜ ଗଠନ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଥିଲା। ଡଃ ସୁରଜିତ ହଲଧର ଶପଥ ପାଠ କରାଇଥିଲେ। ଶେଷରେ ମେରା ଯୁବ ଭାରତର ସ୍ୱେଚ୍ଛାସେବୀ ରୋଶନ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତ ଭାରତ ଗଠନ, ସାମାଜିକ ସଚେତନତା ଓ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣ ପାଇଁ ଏକ ଉତ୍ସାହଜନକ ପଦକ୍ଷେପ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande