
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ଦୁର୍ନିତି ନିବାରଣ ସଚେତନା ସପ୍ତାହ ଅବସରରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଆଂଚଳିକ କାର୍ଯ୍ୟାଳୟ ବଲାଙ୍ଗୀର ପକ୍ଷରୁ ଏକ ସଚେତନ ପଦଯାତ୍ରା ଆୟୋଜିତ ହୋଇଛି। ଏହାକୁ ଆଂଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ ଏବଂ ମ୍ୟାନେଜର ବିଜିନେସ ବିଶ୍ୱଜିତ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ଆଂଚଳିକ କାର୍ଯ୍ୟାଳୟ ସମେତ ନିକଟବର୍ତି ବିଭିନ୍ନ ଶାଖାର କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ଏହି ପଦଯାତ୍ରା ଆଂଚଳିକ କାର୍ଯ୍ୟାଳୟରୁ ବାଳିକା ମହାବିଦ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଳିକା ମହାବିଦ୍ୟାଳୟର ପ୍ରିନ୍ସପାଲ ଡ. ଅରବିନ୍ଦ କୁମାର ଓଝା ଓ ଆଂଚଳିକ ମହାପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ଦୁର୍ନିତି ନିବାରଣ ସଚେତନା କିପରି କରାଯାଇପାରିବ ତାହା ସରଳ ଭାବେ ବୁଝାଇଥିଲେ। ଏହା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ଶ୍ରୀ ଓଝା ଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଲଫା ରଥ ଏବଂ ଅନିଲ ପଟ୍ଟନାୟକ ସଂଯୋଜନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ