
ଜୟପୁର, ୩୧ ଅକ୍ଟୋବର (ହି.ସ.)- କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ ଅନ୍ତର୍ଗତ ରାଇ ପାହାଡ଼ ଗ୍ରାମବାସୀ ଗତ ୨୦ ବର୍ଷରୁ ଉର୍ଦ୍ଧ ହେବ ଆନ୍ଧ୍ର ପ୍ରଦେଶର ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି l ସୀମାନ୍ତ ରାଇ ପାହାଡ଼ ବାସୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଯୋଜନାରେ ପ୍ରଲୋଭିତ ହୋଇ ଆଜିକୁ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ ହେବ ରହି ଅସିଛନ୍ତି l ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନ ନେଇ କୋଟିଆରେ ରାଜନୀତି ହଲଚଲ ସୃଷ୍ଟି ହୋଇଥିବା ବେଳେ ରାଇପାହାଡ଼ ଗ୍ରାମରେ ନିରବତାରେ ଉଷ୍ମତା ପରିଲକ୍ଷିତ ହୋଇଛି l ନନ୍ଦପୁର ବ୍ଲକ୍ ପ୍ରଶାସନ ରାଇ ପାହାଡ଼ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିବା ବେଳେ ସି ଏଲ ପି ନେତା ତଥା ପଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡ଼ାମ ଦଳୀୟ କର୍ମୀଙ୍କ ସହ ରାଇ ପାହାଡ଼ ପହଞ୍ଚିଥିଲେ l ବର୍ତମାନ ଆନ୍ଧ୍ର ପ୍ରଦେଶରେ ଜିଲ୍ଲା ପରିଷଦ ନିର୍ବାଚନ ନେଇ କୋଟିଆରେ ହଲ ଚଲ ସୃଷ୍ଟି ହୋଇଥିବା ବେଳେ ସେପଟେ ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତର ରାଇ ପାହାଡ଼ ଗ୍ରାମବାସୀ ଦୀର୍ଘ କୋଡ଼ିଏ ବର୍ଷରୁ ଉର୍ଦ୍ଧ ହେବ ଆନ୍ଧ୍ର ପ୍ରଦେଶର ନିର୍ବାଚନରେ ସାମିଲ ହୋଇ ଭୋଟ ଦେଇ ଆସୁଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ଗ୍ରାମବାସୀ ଭୋଟ ଦେବା ପାଇଁ ଆନ୍ଧ୍ର ପ୍ରୀତି ରହିଥିବା ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ତତ୍ପରତା ଦେଖା ଦେଇଛି l ବିଧାୟକ ଶ୍ରୀ କାଡ଼ାମ, ବିଧାୟକ ପ୍ରତିନିଧି କାମେସ କାମୁଡି, ଗୋଲୁର ନାଏବ ସରପଂଚ ସାବିତ୍ରୀ ବୁରୁଡ଼ି, ଯୁବ ନେତା ରାମ କୃଷ୍ଣ ପଡାଲ, ବ୍ଲକ କଂଗ୍ରେସ ସଭାପତି ମଦନ ହାଡ ପୁଟିଆ, ସୁବାସ ପାଙ୍ଗି ପ୍ରମୁଖ ରାଇ ପାହାଡ଼ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ଗ୍ରାମବାସୀଙ୍କସମସ୍ୟା ଉପରେ ଆଲୋଚନା କରିଥିଲେ l ତେବେ ଚଳିତ ନିର୍ବାଚନରେ ଆଉ ରାଇ ପାହାଡ଼ ଗ୍ରାମବାସୀ ଆନ୍ଧ୍ର ପ୍ରଦେଶରେ ଭୋଟ ଦେବା ପାଇଁ ଯିବେ ନାହି ବୋଲି ଜଣାଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି