
କନ୍ଧମାଳ, ୩୧ ଅକ୍ଟୋବର (ହି.ସ.)- ଭାରତର “ଲୈାହ ମାନବ” ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସଟିକୁ ଶ୍ରଦ୍ଧା ଓ ସମତାର ସହିତ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି ଏକତା ଦିବସ । କାର୍ଯ୍ୟକ୍ରମ ଗୁଡିକରେ ସର୍ଦାର ବଲ୍ଲଭଭାଇ ପଟେଲ ଯେପରି ଆମ ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିଲେ ଏବଂ ଏକ ଶ୍ରେଷ୍ଠ ଭାରତ ଗଠନର ଆହ୍ୱାନ ଦେଇଥିଲେ ତାକୁ ମନେ ପକାଇ ଆମେମାନେ ପ୍ରତିଜ୍ଞାର ସହିତ ଏକତାରେ ଶକ୍ତି ଓ ସେବାରେ ମାନବତା ବ୍ରତକୁ ପାଳନ କରି ଏକ ଭାରତ-ବଳିଷ୍ଟ ଭାରତ ଗଠନ ଆଡକୁ ଆଗେଇବା ତାହା ଆଲୋକପାତ କରାଯାଇଥିଲା । ଏହି ମହାନ ବ୍ୟକ୍ତିତ୍ୱ ଙ୍କର ଦେଶ ଗଠନରେ ଥିବା ଅବଦାନକୁ ସ୍ମରଣ କରି ବା ପାଇଁ ଆଜିର ଏହି ରାଷ୍ଟୀୟ ଏକତା ଦିବସ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁମାନ କରିହେଉଛି । ଏକତା ହେଉଛି ମନୁଷ୍ୟ ସମାଜର ଏକ ମହତ୍ୱପୂର୍ଣ୍ଣ ଦିଗ ଯାହା ସମାନତା ଓ ପ୍ରତିବଦ୍ଧତାକୁ ସୂଚାଇ ଆଗକୁ ବଢିବାର ଦିଗ ଦେଖାଇଥାଏ ।
ଏଥିସହିତ ଉପସ୍ଥିତ ଅନୁଷ୍ଠାନର କୋସାଧ୍ୟକ୍ଷ ସାନ୍ତନୁ କୁମାର ମିଶ୍ର ଓ ଅନ୍ୟ ବରିଷ୍ଠ କର୍ମୀ ବିଶ୍ୱରନ୍ଜନ କର, ସନ୍ତୋଷ କୁମାର ମିଶ୍ର, ସ୍ୱଧର୍ମ ରାଉତ, ସୀତା ରଣା, ବିଷ୍ନୁପ୍ରିୟା ପ୍ରଧାନ ପ୍ରମୁଖ ଏହି ମହାପୁରୁଷଙ୍କ ଅତ୍ମକାହାଣୀକୁ ଉପସ୍ଥାପନା କରି ମହାନତାର ଉଦାହରଣ ସାଜିଥିବା ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାନ୍ଜଳୀ ଦେଇଥିଲେ । ଏଥି ସହିତ ଉପସ୍ଥିତ ସମସ୍ତ କର୍ମକର୍ତା ଦେଶର ଶ୍ରେଷ୍ଠତ୍ୱ ନିମନ୍ତେ ଏକତା ବଜାୟ ରଖିବା ପାଇଁ ବଦ୍ଧପରିକର ବୋଲି ଏକ ଶପଥ ପାଠ କରି ସୂଚାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ