ବଲାଙ୍ଗିରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ
ବଲାଙ୍ଗିର, ୩୧ ଅକ୍ଟୋବର (ହି.ସ.)- ଦେଶର ଲୌହମାନବ ତଥା ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବଲାଙ୍ଗୀର ଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତି ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜାତିର ଏକତା, ଅଖଣ୍ଡତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବା
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ  ବଲାଙ୍ଗୀରଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’  ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ


ବଲାଙ୍ଗୀର(୩୧/୧୦): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀରର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ହିରନମୟ ବିଶୋଇ ଙ୍କ ଅନୁମତି କ୍ରମେ ସ୍ଥାନୀୟ ପି.ଆର୍. ହାଇସ୍କୁଲ, ବଲାଙ୍ଗୀର ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁବ୍ରତ କୁମାର ପଟ୍ଟନାୟକ, ଏଡିଜେ, ପିଓ (ଏସସି/ଏସଟି) କୋର୍ଟ, ବଲାଙ୍ଗୀର, ଶ୍ରୀଯୁକ୍ତ ପ୍ରିୟବ୍ରତ ଦାସ, ପାରିବାରିକ ଅଦାଲତ ବିଚାରପତି, ବଲାଙ୍ଗୀର, ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର, ଶ୍ରୀଯୁକ୍ତ ଆଶିଷ କୁମାର ସାହୁ, ବରିଷ୍ଠ ଦେୱାନୀ ବିଚାରପତି ବଲାଙ୍ଗୀର, ଶ୍ରୀଯୁକ୍ତ ସାଧକ କାର୍ଜୀ, ଜେଏମଏଫସି(LR & LTV), ବଲାଙ୍ଗୀର, ଶ୍ରୀଯୁକ୍ତ ଶିଶିର କୁମାର ଭୋଇ ଗ୍ରାମ ନ୍ୟାୟଧିକାରୀ ବଲାଙ୍ଗୀର, ଶ୍ରୀମତୀ ସନ୍ତୋଷିନୀ ସେଠି, ପ୍ରଧାନ ଶିକ୍ଷୟିତ୍ରୀ, ପି.ଆର୍. ହାଇସ୍କୁଲ, ବଲାଙ୍ଗୀର ଉପସ୍ଥିତ ଥିଲେ । ଏହି ଶିବିରରେ ଶ୍ରୀଯୁକ୍ତ ପଟ୍ଟନାୟକ ସର୍ଦ୍ଦାର ପଟେଲଙ୍କ ଜୀବନୀ ଓ ଦେଶ ଗଠନରେ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ । ଶ୍ରୀଯୁକ୍ତ ପ୍ରଧାନ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହିତ ଜାତୀୟ ସଂହତି, ଭାଇଚାରା ଓ ସଦ୍ଭାବନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । କାର୍ଯ୍ୟକ୍ରମରେ ପି.ଆର୍. ହାଇସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ପି.ଆର୍. ହାଇସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


ବଲାଙ୍ଗିର, ୩୧ ଅକ୍ଟୋବର (ହି.ସ.)- ଦେଶର ଲୌହମାନବ ତଥା ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବଲାଙ୍ଗୀର ଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତି ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜାତିର ଏକତା, ଅଖଣ୍ଡତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବା ନିମନ୍ତେ ଏକ ଭବ୍ୟ ‘ଏକତା ପଦଯାତ୍ରା’ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡମ୍ବରୁଧର ମଲ୍ଲିକ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ହରି ଓମ୍ ଶମ୍ଭୁ ନାରାୟଣ ଦାଶ, କ୍ରୀଡ଼ା ଛାତ୍ରାବାସ ଅଧୀକ୍ଷକ ପରାଶର ବାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖ ଯୋଗଦେଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ବଲାଙ୍ଗୀର ଡିଫେନ୍ସ ଏକାଡେମୀର କେଡେଟ ମାନେ ମଧ୍ୟ ଯୋଗଦାନ କରି ଦେଶର ଏକତା, ଭାଇଚାରା ଓ ଜାତୀୟ ସଂହତିର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିଥିଲେ। ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତା ରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ, ଏହି ପଦଯାତ୍ରା କେବଳ ଏକ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ସଶକ୍ତ, ସମୃଦ୍ଧ ଓ ଏକତାବଦ୍ଧ ଭାରତ ଗଠନ ଦିଗରେ ଦୃଢ଼ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande