ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜାତୀୟ ଏକତା, ଭାଇଚାରା, ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାର ବାର୍ତା ପ୍ରସାର ଉଦ୍ଦେଶ୍ୟରେ “ଡିବ୍ରି” ଏବଂ “ପଲ୍ଲୀ ଆଲୋକ ପାଠାଗାର”ର ମିଳିତ ଆନୁକୂଲ୍ୟରେ “ୟୁନିଟି ରାଇଡ୍
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା


ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା


ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା


ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା


ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜାତୀୟ ଏକତା, ଭାଇଚାରା, ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାର ବାର୍ତା ପ୍ରସାର ଉଦ୍ଦେଶ୍ୟରେ “ଡିବ୍ରି” ଏବଂ “ପଲ୍ଲୀ ଆଲୋକ ପାଠାଗାର”ର ମିଳିତ ଆନୁକୂଲ୍ୟରେ “ୟୁନିଟି ରାଇଡ୍ ସାଇକ୍ଲୋଥନ୍-୨୦୨୬” ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ମନ୍ତ୍ରୀ ନିଜେ ସାଇକେଲ ଚାଳନାରେ ଅଂଶଗ୍ରହଣ କରି ପ୍ରାୟ ୭୦ କିଲୋମିଟର ଦୀର୍ଘ ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ତାଙ୍କର ଏହି ଉତ୍ସାହଜନକ ଅଂଶଗ୍ରହଣ ଯୁବପିଢ଼ି ଓ ସାଇକେଲ ପ୍ରେମୀଙ୍କୁ ଉତ୍ସାହିତ କରିବା ସହ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଯୋଗାଇଥିଲା।

ସକାଳ ୭ଟାରେ ଆଗଲପୁର ଠାରୁ ଏହି ସାଇକ୍ଲୋଥନ୍ ଆରମ୍ଭ ହୋଇ ଭରସୁଜା, କରକଚିଆ ଛକ, ଲୋଇସିଂହା, ଦୁର୍ଗାପାଲି, ଜାମଗାଁ, ସାତମାଇଲ ଛକ, ଛତାପିପଲ ଓ ଦଶପୁର ଦେଇ ଶେଷରେ ମହିମୁଣ୍ଡା ଠାରେ ଉଦ୍ଯାପିତ ହୋଇଥିଲା। ଏହି ସାଇକ୍ଲୋଥନ୍ କେବଳ ଏକ କ୍ରୀଡ଼ାଭିତିକ କାର୍ଯ୍ୟକ୍ରମ ନଥିଲା, ବରଂ ସମାଜରେ ଏକତା, ସମନ୍ୱୟ, ଭାଇଚାରା ଓ ସାମାଜିକ ଦାୟିତ୍ୱବୋଧର ଭାବନାକୁ ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ ଥିଲା। ଏଥିରେ ବହୁ ସଂଖ୍ୟାରେ ସାଇକେଲ ଆରୋହୀ, ଯୁବବର୍ଗ ଓ ସ୍ଥାନୀୟ ନାଗରିକ ଉତ୍ସାହର ସହ ଯୋଗଦେଇ ଜାତୀୟ ଏକତାର ସନ୍ଦେଶକୁ ଜନମାନସରେ ପହଂଚାଇଥିଲେ।

“ଏକତା ହିଁ ଆମ ଶକ୍ତି, ସୁସ୍ଥ ଜୀବନ ହିଁ ସମୃଦ୍ଧ ସମାଜର ଆଧାର”- ଏହି ମହତ୍ ବାର୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଅଂଚଳରେ ଏକତାର ନୂତନ ଉତ୍ସାହ ସୃଷ୍ଟି କରିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande