ସ୍ୱାସ୍ଥ୍ୟ କାର୍ଡ ବଂଟନ ଓ ଚିକିତ୍ସା ବାବଦ ବିଲ ପୈଠ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ଅଗ୍ରଣୀ
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତି (ସାସ୍)ର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡାକ୍ତର ଗାଭାଲି ପରାଗ ହର୍ଷଦ ଶନିବାର ସମିତିର ବିଭିନ୍ନ କ
uklh;


ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତି (ସାସ୍)ର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡାକ୍ତର ଗାଭାଲି ପରାଗ ହର୍ଷଦ ଶନିବାର ସମିତିର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ।

ସାସ୍ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଗ୍ରଗତି ସମ୍ବନ୍ଧିତ ବିସ୍ତୃତ ତଥ୍ୟ ଅନୁଧ୍ୟାନ କରିବା ପରେ ଡାକ୍ତର ପରାଗ ଗାଭାଲି ଜାଲିଆତି ଚିହ୍ନଟ ଓ ହିତାଧିକାରୀଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ବ୍ୟାପକ କ୍ଷେତ୍ର ପରିଦର୍ଶନ ନିମନ୍ତେ ପରାମର୍ଶ ଦେଇଥିଲେ। ଏଥିସହିତ, ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ପିଏମ୍ – ରାହତ ଯୋଜନା ଅଧୀନରେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ହସ୍ପିଟାଲଗୁଡ଼ିକୁ ସଚେତନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଯୋଜନା ଅନୁଯାୟୀ, ଆର୍ôଥକ ସ୍ଥିତି ନିର୍ବିଶେଷରେ ପ୍ରତ୍ୟେକ ସଡ଼କ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଦୁର୍ଘଟଣାର ୨୪ରୁ ୪୮ ଘଂଟା ମଧ୍ୟରେ ଯୋଜନାରେ ପଞ୍ଜୀକୃତ ହେଲେ ୭ ଦିନ ପର୍ଯ୍ୟନ୍ତ ସର୍ବାଧିକ ୧.୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏପରିକି ଯେଉଁ ହସ୍ପିଟାଲଗୁଡ଼ିକ ଆୟୁଷ୍ମାନ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ନୁହନ୍ତି, ସେମାନେ ମଧ୍ୟ ଏଚ. ଇ . ଏମ୍ ଲିଟ୍ ପୋର୍ଟାଲରେ ଲଗ୍ଇନ୍ କରି ଦୁର୍ଘଟଣା ପୀଡ଼ିତଙ୍କୁ ଚିକିତ୍ସା ସେବା ଯୋଗାଇପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଆବେଦନଗୁଡ଼ିକ ସ୍ୱୟଂଚାଳିତ ଭାବେ ଅନୁମୋଦିତ ହେଉଥିବାରୁ ଯୋଗ୍ୟ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ନିକଟତମ ହସ୍ପିଟାଲରେ ଭର୍ତି କରି ଚିକିତ୍ସା ଯୋଗାଇବା ସହଜ ହୋଇପାରିବ।

ଉପଲବ୍ଧ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସମ୍ମିଳିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଅଧୀନରେ ୩.୪୬ କୋଟି ଲୋକଙ୍କୁ ସାମିଲ କରାଯାଇଛି। ଏହି ହିତାଧିକାରୀମାନଙ୍କ ପାଇଁ ଅନଲାଇନ୍ ୱେବ୍ ପୋର୍ଟାଲ ମାଧ୍ୟମରେ ୩.୪୫ ଲକ୍ଷ କାର୍ଡ ସୃଷ୍ଟି କରାଯାଇଥିବା ବେଳେ ୧.୭୯ କୋଟି ଭୌତିକ କୋ-ବ୍ରାଣ୍ଡେଡ୍ କାର୍ଡ ହିତାଧିକାରୀମାନଙ୍କୁ ବଂଟନ କରାଯାଇଛି। ହିତାଧିକାରୀଙ୍କୁ ଭୌତିକ କୋ-ବ୍ରାଣ୍ଡେଡ୍ କାର୍ଡ ବଂଟନ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଭୌତିକ କାର୍ଡ ବଣ୍ଟନ ସହିତ, କମନ୍ ସର୍ଭିସ୍ ସେଂଟର ମାଧ୍ୟମରେ ଆଧାରଭିତିକ ଇ-କେୱାଇସି ଜରିଆରେ ବ୍ୟକ୍ତିଗତ କୋ-ବ୍ରାଣ୍ଡେଡ୍ କାର୍ଡ ମଧ୍ୟ ପ୍ରସ୍ତୁତ ଓ ବଂଟନ କରାଯାଉଛି। ଏହି କାର୍ଯ୍ୟରେ ଆଶାକର୍ମୀମାନେ ସହଯୋଗ କରୁଛନ୍ତି। ଯେଉଁ ହିତାଧିକାରୀଙ୍କ ନିକଟରେ ଭୌତିକ କୋ-ବ୍ରାଣ୍ଡେଡ୍ କାର୍ଡ ନାହିଁ, ସେମାନେ ମଧ୍ୟ ନିଜର ରାସନ୍ କାର୍ଡ ଓ ଆଧାର କାର୍ଡ ଦେଖାଇ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ବର୍ତମାନ ସୁଦ୍ଧା ଓଡ଼ିଶାର ୭୭୪ଟି ଘରୋଇ ହସ୍ପିଟାଲକୁ ଏହି ଯୋଜନା ଅଧୀନରେ ତାଲିକାଭୁକ୍ତ କରାଯାଇଛି। ଏଥିସହିତ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକୁ ମଧ୍ୟ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରାଯାଉଛି।

ପ୍ରାକ୍-ଅନୁମୋଦନ ପ୍ରକ୍ରିୟାକରଣ, ହିତାଧିକାରୀଙ୍କ ଚିକିତ୍ସା ବାବଦ ଦାବି ପ୍ରକ୍ରିୟାକରଣ ଏବଂ ପୋର୍ଟେବିଲିଟି ଅଧୀନରେ ଦାବି ପୈଠ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସାରା ଦେଶରେ ଆଗୁଆ ରହିଛି । ପୋର୍ଟେବିଲିଟି ଦାବିର ତ୍ୱରିତ ପ୍ରକ୍ରିୟାକରଣ ଦ୍ୱାରା ଓଡ଼ିଶା ବାହାରେ ରହୁଥିବା କିମ୍ବା ରାଜ୍ୟ ବାହାରେ ଉନ୍ନତ ତୃତୀୟ ସ୍ତରୀୟ ଚିକିତ୍ସା ଗ୍ରହଣ କରୁଥିବା ହିତାଧିକାରୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି।

ଏହି ବୈଠକରେ ସାସ୍ ର ଅତିରିକ୍ତ ସଚିବ ତଥା ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅରୁପାନନ୍ଦ ପ୍ରଧାନ, ସାସ୍ ର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମି ରଞ୍ଜନ ଶତପଥୀ, ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ଡାକ୍ତର ସମ୍ବିତ ବେହେରାଙ୍କ ସମେତ ରାଜ୍ୟ ଆଂଟି-ଫ୍ରଡ୍ ୟୁନିଟ୍ ଏବଂ ମେଡିକାଲ ଅଡିଟ୍ କମିଟି ର ବରିଷ୍ଠ ଡାକ୍ତରମାନେ ଆଲୋଚନାରେ ଭାଗ ନେଇଥିଲେ।

..........,

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande