ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ 'ସୁରକ୍ଷିତ ବଚପନ୍ ଅଭିଯାନ': ଉଦଯାପିତ ହେଲା ଆଇନ୍ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ
ଚମ୍ପୁଆ, ୩୧ ଅକ୍ଟୋବର (ହି.ସ.)- ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଚାଲିଥିବା ବିଦ୍ୟାଳୟ ସ୍ତରୀୟ ସଚେତନତା ଅଭିଯାନ ସୁରକ୍ଷିତ ବଚପନ୍ ଅଭିଯାନ ଆନୁକୁଲ୍ୟରେ ଚମ୍ପୁଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକ ଆଇନ୍ ସାକ୍ଷରତା ଏବଂ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁ
କାର୍ଯ୍ୟକ୍ରମ ରେ ଅତିଥି


ଚମ୍ପୁଆ, ୩୧ ଅକ୍ଟୋବର (ହି.ସ.)- ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଚାଲିଥିବା ବିଦ୍ୟାଳୟ ସ୍ତରୀୟ ସଚେତନତା ଅଭିଯାନ ସୁରକ୍ଷିତ ବଚପନ୍ ଅଭିଯାନ ଆନୁକୁଲ୍ୟରେ ଚମ୍ପୁଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକ ଆଇନ୍ ସାକ୍ଷରତା ଏବଂ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚମ୍ପୁଆ ତାଲୁକ୍ ଆଇନ୍ ସେବା କମିଟି ତରଫରୁ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ଗତ ୨୬ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ସଫଳତାର ସହ ଉଦଯାପିତ ହୋଇଛି।

ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ଚମ୍ପୁଆ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଣୟ କୁମାର ଦାସଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ସବଜଜ୍ ଜିତେନ୍ଦ୍ର ଦାସ, ଏସଡିଜେଏମ ସାଧନ ଜିତ ପଣ୍ଡା ଏବଂ ବରିଷ୍ଠ ଆଇନଜୀବୀ ବିଷ୍ଣୁ ଚରଣ ରାଠୋର ପ୍ରମୁଖ ଯୋଗ ଦେଇଥିଲେ। ଯୋଗଦେଇଥିବା ଅତିଥିମାନେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ (ପୋକ୍ସୋ ଆକ୍ଟ, ୨୦୧୨) ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଏକ ସୁରକ୍ଷିତ ଜୀବନ ଗଠନ ପାଇଁ ଆଇନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଶିଶୁ ତଥା ନାବାଳକ-ନାବାଳିକାମାନେ କିପରି ବିଭିନ୍ନ ଯୌନ ନିର୍ଯାତନାରୁ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଆଇନ ସେମାନଙ୍କୁ କେଉଁ ସବୁ ଅଧିକାର ଦେଇଛି, ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।

ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ସ୍ୱାଇଁ ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ। ତାଲୁକ୍ ଆଇନ୍ ସେବା କମିଟିର ସହାୟକ ଅବଦୁଲ ସୁରଜ ଖାନ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀ ରାମକୃଷ୍ଣ ଜିତ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ସଚେତନତା ଶିବିରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande