ସଂପର୍କ ଓ ମେରେ ଭାରତ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ପୁରୀ, ୩୧ ଅକ୍ଟୋବର (ହି.ସ.)- ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମଜୟନ୍ତୀ ଅବସରରେ ସଂପର୍କ ପକ୍ଷରୁ ମେରେ ଭାରତ ସହଯୋଗରେ ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ–୨୦୨୬ ପାଳିତ ହୋଇଯାଇଛି। ଜାତୀୟ ଏକତା, ଅଖଣ୍ଡତା ଓ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା’ ବି
ସଂପର୍କ ଓ ମାଇଁ ଭାରତ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ


ପୁରୀ, ୩୧ ଅକ୍ଟୋବର (ହି.ସ.)- ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମଜୟନ୍ତୀ ଅବସରରେ ସଂପର୍କ ପକ୍ଷରୁ ମେରେ ଭାରତ ସହଯୋଗରେ ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ–୨୦୨୬ ପାଳିତ ହୋଇଯାଇଛି। ଜାତୀୟ ଏକତା, ଅଖଣ୍ଡତା ଓ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ଆମନ୍ତ୍ରିତ ଅତିଥିମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଦ୍ଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ମଞ୍ଚ ସଂଯୋଜନା କରିବା ସହ ନିଜ ବକ୍ତବ୍ୟରେ ସର୍ଦ୍ଦାର ପଟେଲଙ୍କ ଜୀବନୀ ଓ ଦେଶର ଏକୀକରଣରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଯୁବସମାଜ ମଧ୍ୟରେ ଦେଶପ୍ରେମ, ଏକତା, ଭାଇଚାରା ଓ ସାମାଜିକ ସଦ୍ଭାବନାର ଭାବନାକୁ ଦୃଢ଼ କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଅଧ୍ୟକ୍ଷ ଧନୁର୍ଦ୍ଧର ମୁଦୁଲି ନିଜ ଅଭିଭାଷଣରେ ଜାତୀୟ ଏକତା ଓ ଅଖଣ୍ଡତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଯୁବପିଢ଼ି ଦେଶର ଭବିଷ୍ୟତ ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ଏକତା, ରାଷ୍ଟ୍ର ନିର୍ମାଣ ଓ ଦେଶର ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଯୁବପିଢ଼ି ଦାୟିତ୍ୱବାନ ନାଗରିକ ଭାବେ ଦେଶର ଉନ୍ନତିରେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଅଧ୍ୟାପିକା ସୁଜାତା ବେହେରା ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନାଦର୍ଶ ଅନୁକରଣ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୁରୀ କୋଣାର୍କ ଉନ୍ନୟନ ପରିଷଦର ସଚିବ ଦିଲୀପ କୁମାର ମହାରଣା ଯୋଗଦେଇ ଜାତୀୟ ଏକତା, ସାମାଜିକ ସଦ୍ଭାବନା ଓ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ। ଏକ ଭାରତ, ଶ୍ରେଷ୍ଠ ଭାରତ: ଜାତୀୟ ଏକତା ଓ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ଦାୟିତ୍ୱ’,ଯୁବସମାଜ ମଧ୍ୟରେ ଦେଶପ୍ରେମ, ଭାଇଚାରା, ସାମାଜିକ ସଦ୍ଭାବନା ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା, ନାଗରିକ କର୍ତ୍ତବ୍ୟବୋଧ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ରାଷ୍ଟ୍ରୀୟ ଏକତା ଶପଥ ପାଠ କରିଥିଲେ। ଆଲୋଚନାଚକ୍ର ଶେଷରେ ସୂରଜମଲ୍ଲ ଶାହା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ସୂରଜମଲ୍ଲ ଶାହା ଛାତ୍ର ସଂସଦର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏକ ଏକତା ପଦ ଯାତ୍ରାରେ ଯାଇଥିଲେ। ଅଧ୍ୟାପକ ଅଜିତ କୁମାର ଦଳାଇ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଡ଼ା. ସୁଦର୍ଶନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମୂହ ବନ୍ଦେ ମାତରମ୍ ଗାନ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅଧ୍ୟାପକ ନରେଶ ବେହେରା, ତାପସ କୁମାର ମହାନ୍ତି, ବିଶ୍ୱନାଥ ଦଳେଇ, ସତ୍ୟନାରାୟଣ ଦାସ, ସୌମ୍ୟରଞ୍ଜନ ସାହୁ, ଅଙ୍କିତ ତ୍ରିପାଠୀ, ଶୁଭ୍ର ସ୍ୱରୂପ ମହାପାତ୍ର, ଶୁଭ ପ୍ରସାଦ ଶର୍ମା, ଓମ୍ ପ୍ରିନ୍ସ ଭୂୟାଁ, ବିଭୁ ପ୍ରସାଦ ସେଠୀ, ରାଜେଶ ନନ୍ଦ ଓ ବାସୁଦେବ ସେନାପତି, ରାକେଶ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande