ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେଗଣତନ୍ତ୍ର ବଂଚାଅ, ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ
ମାଲକାନଗିରି , ୩୧ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଗଣତନ୍ତ୍ର ବଂଚାଅ କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ, ରାଜମହେନ୍ଦ୍ରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ମୁଖ୍ୟ ଅତିଥି ରହିଥିବା ବେଳେ
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେଗଣତନ୍ତ୍ର ବଞ୍ଚାଅ, ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ


ମାଲକାନଗିରି , ୩୧ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଗଣତନ୍ତ୍ର ବଂଚାଅ କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ, ରାଜମହେନ୍ଦ୍ରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ମୁଖ୍ୟ ଅତିଥି ରହିଥିବା ବେଳେ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ନରସିଂହ ମାଡକାମୀ ସମେତ ସାବିତ୍ରୀ ପଡିଆମି ମଂଚାସୀନ ରହିଥିଲେ।

ମୁଖ୍ୟ ବକ୍ତା ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଥିଲେ ଯେ, ବର୍ତମାନ ଦେଶରେ କିଛି ବିରୋଧୀ ଶକ୍ତି ଲୋକତନ୍ତ୍ରକୁ ଦୁର୍ବଳ କରି ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବିଦେଶୀ ଶତ୍ରୁମାନେ କିଭଳି ଦେଶରେ ଅସ୍ଥିରତା ସୃଷ୍ଟି କରି ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆମେରିକାରୁ ଆସିଥିବା ମାର୍କ ରୁବିଓ ଭାରତ ଗସ୍ତରେ ଆସିଥିବା ସମୟରେ କହିଥିଲେ ଯେ ଜର୍ଜ ସୋରୋସଙ୍କ ଭଳି କିଛି ଲୋକ ଭାରତରେ ଅରାଜକତା ସୃଷ୍ଟି କରିବା ପାଇଁ ଅର୍ଥ ପ୍ରଦାନ କରି ବିଭିନ୍ନ ବିରୋଧୀ ଦଳ ଓ ଦେଶ ବିରୋଧୀ ସଂଗଠନଙ୍କୁ ଅର୍ଥ ଯୋଗାଉଛନ୍ତି, ଯାହା ଦ୍ୱାରା ଦେଶରେ ଗୃହଯୁଦ୍ଧ ସୃଷ୍ଟି କରି ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏହା ଯୋଗୁଁ ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି।

କାର୍ଯ୍ୟକ୍ରମ ଅବସରରେ ବୁଦ୍ଧିଜୀବୀମାନଙ୍କ ପ୍ରଶ୍ନର ଉତର ମଂଚାସୀନ ଅତିଥିମାନେ ରଖିଥିଲେ। କଂଗ୍ରେସ ଓ ବିଭିନ୍ନ ବିରୋଧୀ ଦଳ ନିର୍ବାଚନ ଆୟୋଗ ଓ ବିଜେପି ସରକାର ବିରୋଧରେ ମିଥ୍ୟା ଓ ଭ୍ରମାତ୍ମକ ସୂଚନା ପ୍ରଚାର କରୁଛନ୍ତି ବୋଲି କୁହାଯାଇଥିଲା।

ଆଜିର ଏହି ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟବସାୟୀ ସମେତ ଶତାଧିକ ବରିଷ୍ଠ ନେତା ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande