
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଲୌହ ମାନବ ସର୍ଦ୍ଦାର
ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ରାଷ୍ଟ୍ରୀୟ ଏକତା ଦିବସ ତଥା ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର,
ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର
ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ । ଆସନ୍ତୁ,
ଆମେ ସମସ୍ତେ ଏକତାର ମନ୍ତ୍ରରେ ଜାତି,
ଧର୍ମ, ଭାଷା ନିର୍ବିଶେଷରେ ଏକଜୁଟ ହୋଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ
ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା