
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ହିରୋ ଏସିଆନ୍
ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ର ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଟିମକୁ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ର
ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ଆମ ଭାରତୀୟ ପୁରୁଷ ହକି ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଓ
ଶୁଭେଚ୍ଛା।ଆଶା କରୁଛି, ଆମର ନୀଳ ବାହିନୀ
ଏହି ଆତ୍ମବିଶ୍ୱାସକୁ ବଜାୟ ରଖି
ଆଗାମୀ ପ୍ରତ୍ୟେକ ଆହ୍ୱାନର ସଫଳତାର ସହ
ମୁକାବିଲା କରିବେ ଏବଂ ଦେଶ ପାଇଁ ସର୍ବୋଚ୍ଚ ସମ୍ମାନ ହାସଲ କରିବେ।ଆଗାମୀ ମ୍ୟାଚ୍ଗୁଡ଼ିକ
ପାଇଁ ସମଗ୍ର ଦଳକୁ ମୋର ଅଶେଷ ଶୁଭକାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା