
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ
ସର୍ବାନନ୍ଦ ସୋନେୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ବନ୍ଦର,
ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ
ସୋନୋୱାଲ ଜୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ
ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ,
ଶାନ୍ତି ଓ ନିରନ୍ତର ସଫଳତା ପ୍ରଦାନ କରନ୍ତୁ। ଦେଶସେବା
ପ୍ରତି ଆପଣଙ୍କର ନିଷ୍ଠା ଓ ସମର୍ପଣର ଯାତ୍ରା ଏହିପରି ଅବ୍ୟାହତ ରହୁ। ଏହା ହିଁ ମହାପ୍ରଭୁଙ୍କ
ନିକଟରେ ମୋର ହାର୍ଦ୍ଦିକ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା