
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କବିସୂର୍ଯ୍ୟନଗର ବ୍ଲକ ଏବଂ ତହସିଲ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର, ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟ ଜୋରଦାର କରାଯାଇଛି। କବିସୂର୍ଯ୍ୟନଗର ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପରିଚାଳିତ ହେଉଛି।
ବିପର୍ଯ୍ୟୟ ପ୍ରଭାବିତ ଓ ଅସହାୟ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। କବିସୂର୍ଯ୍ୟନଗର ବ୍ଲକ ପ୍ରଶାସନ, ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିପଦସଙ୍କୁଳ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଜରୁରୀ ସେତା ଯୋଗାଇ ଦିଆଯାଉଛି।
ପ୍ରଶାସନର ଏଭଳି ତ୍ୱରିତ ଓ ତତ୍ପର ପଦକ୍ଷେପ ଯୋଗୁଁ ସ୍ଥାନୀୟ ଅଂଚଳରେ ଲୋକଙ୍କୁ ବହୁ ପରିମାଣରେ ଆଶ୍ୱସ୍ତି ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା