ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ବଙ୍ଗୋପସାଗରରେ ପୁଣି ଏକ ଅବପାତ ସୃଷ୍ଟି ହୋଇଛି। ଆଇଏମଡଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ ଅବପାତଟି ଆସନ୍ତା ୧୨ ଘଂଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହରିଛି। ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ୨ ନଭେମ୍
rh


ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ବଙ୍ଗୋପସାଗରରେ ପୁଣି ଏକ ଅବପାତ ସୃଷ୍ଟି ହୋଇଛି। ଆଇଏମଡଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ ଅବପାତଟି ଆସନ୍ତା ୧୨ ଘଂଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହରିଛି। ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ୨ ନଭେମ୍ବର ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ୩ ତାରିଖ ସକାଳ ବେଳକୁ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଂଚିବ। ଏହି ସମୟରେ ପନବର ବେଗ ୮୦ରୁ ୯୦ ଓ ସର୍ବାଧିକ ୧୦୦କିମି ରହିବ। ଦକ୍ଷିର ଓଡ଼ିଶା ଉପକୂଳ ବର୍ତୀ ଜିଲ୍ଲାଗୁଡ଼ିକରେ ପବନ ରହିବ । ପବନର ବେଗ ୪୦ରୁ ୫୦ କିମ୍ବା ଝଟ୍କା ପବନ ୬୦କିମି ରହିବ। ୩ ତାରିଖରେ ୫୦ରୁ ୬୦ କିମ୍ବା ଝଟ୍କା ପବନ ୭୦କିମି ଯାଏ ରହିବ । ୩ରୁ ୪ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୪ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande