ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.) - ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଧୁନିକ ଭାରତର ନି
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ     ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.) - ସର୍ଦ୍ଦାର

ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ

କହିଛନ୍ତି ଯେ, ଆଧୁନିକ ଭାରତର ନିର୍ମାତା, ଲୌହମାନବ ତଥା ‘ଭାରତ ରତ୍ନ’

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୀଙ୍କ ଜୟନ୍ତୀ ଅବସରରେ

ତାଙ୍କୁ ମୋର ଶ୍ରଦ୍ଧାପୂର୍ଣ୍ଣ ଶତ ଶତ ନମନ। ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବାରେ

ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଦୃଢ଼ ସଂକଳ୍ପ ଏବଂ ରାଷ୍ଟ୍ର ପ୍ରତି ଅତୁଟ ସମର୍ପଣ ଆମ

ସମସ୍ତଙ୍କୁ ସର୍ବଦା ରାଷ୍ଟ୍ରସେବା ପାଇଁ ପ୍ରେରଣା ଯୋଗାଇ ଚାଲିଥିବ। ସମସ୍ତ ଦେଶବାସୀଙ୍କୁ ‘ଜାତୀୟ ଏକତା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande