କୋଟିଆରେ ନିର୍ବାଚନ କରାଇବାକୁ ଆନ୍ଧ୍ରର ଉଦ୍ୟମ ଜାରି
ଜୟପୁର, ୩୧ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା କୋଟିଆ ପାଇଁ ଆନ୍ଧ୍ର ନିଜ ଜିଦ୍ ରେ ଅଟଳ ରହିଛି । ବିଜେଡି, କଂଗ୍ରେସ ନେତା କୋଟିଆ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି । କୋଟିଆରେ ଏପରି ଆନ୍ଧ୍ର ଭୋଟ କରାଇପାରିବ ନାହିଁ ସେଥି ପ୍ରତି ବିରୋଧି ସଚେତନ କରୁଛନ୍ତି । ପ୍ରଶାସନ ମଧ୍ୟ ଖୁବ୍ ଉ
ରାଜନୀତିର ପଶାପାଲିରେ କୋଟିଆର ଭବିଷ୍ୟତ


ଜୟପୁର, ୩୧ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା କୋଟିଆ ପାଇଁ ଆନ୍ଧ୍ର ନିଜ ଜିଦ୍ ରେ ଅଟଳ ରହିଛି । ବିଜେଡି, କଂଗ୍ରେସ ନେତା କୋଟିଆ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି । କୋଟିଆରେ ଏପରି ଆନ୍ଧ୍ର ଭୋଟ କରାଇପାରିବ ନାହିଁ ସେଥି ପ୍ରତି ବିରୋଧି ସଚେତନ କରୁଛନ୍ତି । ପ୍ରଶାସନ ମଧ୍ୟ ଖୁବ୍ ଉଦ୍ୟମ ଜାରି ରଖିଛି । ସମାଧାନ ଆଶା କ୍ଷୀଣ। କୋଟିଆରେ ନିର୍ବାଚନ କରାଇବାକୁ ଆନ୍ଧ୍ରର ଉଦ୍ୟମ ଜାରି ରହିଛି ।

ଏହାକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ ପୁଣି ତୀବ୍ର ହୋଇଛି । ଆନ୍ଧ୍ରର ପ୍ରଚାର ଗାଡ଼ିକୁ ପଟାଙ୍ଗି ବ୍ଲକ୍ ପ୍ରଶାସନ ସୀମାରୁ ଫେରାଇ ଦେଇଛି । ନଭେମ୍ବର ୫ ତାରିଖରେ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ ପାଇଁ ଆନ୍ଧ୍ରର ବିଜ୍ଞପ୍ତିକୁ ନେଇ ଓଡ଼ିଶାରେ ଅସନ୍ତୋଷ ବଢ଼ିଛି । ହେଲେ ଓଡ଼ିଶା ସରକାର ଆନ୍ଧ୍ରକୁ ବିରୋଧ କରିପାରୁନାହାନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିବା କିମ୍ବା ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ମାମଲା ତୁଟାଇବାରେ ମୋହନ ସରକାର ପଛରେ ପଡ଼ିଯାଇଛନ୍ତି । ଫଳରେ ସମାଧାନ ଆଶା ମଉଳି ଯାଉଛି । ମୋଦୀ ସରକାରରେ ବଡ଼ ଭାଗୁଆଳି ଦଳ ଥିବା ଆନ୍ଧ୍ର କୋଟିଆରେ ଦାଦାଗିରି ଦେଖାଇବାକୁ ପଛାଉନାହିଁ । ଆନ୍ଧ୍ରର ପ୍ରଚାର ଗାଡ଼ିକୁ ଫେରାଇଦେଲା ବ୍ଲକ ପ୍ରଶାସନ କୋଟିଆବାସୀଙ୍କୁ ପ୍ରଲୋଭିତ କଲେ ହେବେ ଗିରଫ। ଅଦାଲତ ଅବମାନନା ମାମଲା ରୁଜୁକରି ସରକାର ଚୁପ୍। ଓଡ଼ିଶାର ଚେତାବନୀ ସତ୍ତ୍ୱେ ଜିଦ୍ ରେ ଅଟଳ ଆନ୍ଧ୍ର ସରକାର । ବାରମ୍ବାର ତାଗିଦ୍ ପରେ ପଛକୁ ଫେରିବାକୁ ଚାହୁଁନି ଟିଡିପି ସରକାର । କୋଟିଆରେ ଆଜି ପ୍ରଚାର ଲାଗି ଆସିଥିବା ଆନ୍ଧ୍ର ଗାଡ଼ିକୁ ଫେରାଇଛି ପଟାଙ୍ଗି ବ୍ଲକ ପ୍ରଶାସନ । ଗୁରୁବାର କୋରାପୁଟରେ ସବୁ ଦଳ ନେତା ଓ ପ୍ରଶାସନ ଏକାଠି ହୋଇ ବଡ଼ ନିଷ୍ପତ୍ତି ନେଇଥିଲେ । କୌଣସି ପରିସ୍ଥିତିରେ ବି ଆନ୍ଧ୍ରର ନିର୍ବାଚନ କରାଇ ନଦେବାକୁ ଏକ ସ୍ୱରରେ କହିଥିଲେ । ଯେଉଁମାନେ ଭୋଟ୍ ଦେବେ, ସେମାନଙ୍କୁ ବହିଷ୍କାର କରିବାକୁ ଚେତାବନୀ ଦେଇଥିଲେ । ଚେତାବନୀର ମାତ୍ର ୨୪ଘଣ୍ଟା ନପୂରୁଣୁ ପୁଣି କୋଟିଆ ଭିତରକୁ ପଶିବାକୁ ଉଦ୍ୟମ କରିଛି ଆନ୍ଧ୍ରର ପ୍ରଚାର ଗାଡ଼ି । କିନ୍ତୁ ସୀମାରେ ଜଗିଥିବା ପଟାଙ୍ଗି ବ୍ଲକ ପ୍ରଶାସନ ପ୍ରଚାର ଗାଡିକୁ ଅଧାବାଟରୁ ଫେରାଇ ଦେଇଛି । ଏହା ଓଡ଼ିଶା ଲାଗି ଏକ ମାନସିକ ବିଜୟ ହୋଇପାରେ ସତ, ହେଲେ ଡବଲଇଞ୍ଜିନ ସରକାରଙ୍କ ଏକ୍ଷେତ୍ରରେ ଭୂମିକାକୁ ନେଇ ସନ୍ଦେ ଉପୁଜିବା ସ୍ୱାଭାବିକ କଥା । କୋଟିଆରେ ଆନ୍ଧ୍ର ହୀନ ପ୍ରୟାସ କରି ଓଡ଼ିଶାର ଭୂଖଣ୍ଡକୁ ଦଖଲ ଲାଗି ପ୍ରୟାସ କରୁଥିବା ବେଳେ ମୋହନ ସରକାର ଏନେଇ ଆନ୍ଧ୍ର ବିରୋଧରେ ମୁହଁ ଖୋଲିବାକୁ ନାରାଜ । କେନ୍ଦ୍ରରେ ମୋଦୀ ସରକାରରେ ବଡ଼ ଭାଗୁଆଳୀ ଦଳ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିଙ୍କୁ ବିଜେପି ଅସନ୍ତୁଷ୍ଟ କରିବାକୁ ଚାହୁଁନି । କେନ୍ଦ୍ର ଓ ରାଜ୍ୟ ବିଜେପି ନେତାମାନେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ଟିଡିପି ମୁହଁ ମୋଡ଼ିଲେ କେନ୍ଦ୍ର ସରକାର ଭାଙ୍ଗିଯିବାର ଭୟ ବି ରହିଛି । ତେଣୁ ସୁପ୍ରିମକୋର୍ଟର ଭୟ ଦେଖାଯାଉଛି । ପୂର୍ବରୁ ଆନ୍ଧ୍ର ବିରୋଧରେ ବି ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ । କିଛି ସୁଫଳ ମିଳିଲାନି । ଏବେ ଡବଲଇଞ୍ଜିନ ସରକାର ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ଲାଗି ଆନ୍ଧ୍ର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି । ଦୁଇ ରାଜ୍ୟ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ

ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ରାୟ ଆସିବ କହିଛନ୍ତି କୋରାପୁଟ ଜିଲ୍ଲାପାଳ । କୋଟିଆରେ ଜିଲ୍ଲାପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲା ଆନ୍ଧ୍ର । କୋଟିଆରେ ସରପଞ୍ଚ ଓ ୱାର୍ଡ ମେମ୍ବର ନିର୍ବାଚନ କରିବାକୁ ପୁଣି ଆଉ ବିଜ୍ଞପ୍ତି ଜାରି କରିଛି । ପୂର୍ବ ବିଜ୍ଞପ୍ତି ଅନୁସାରେ ମତଦାନ ପାଇଁ କୋଟିଆର ନେରେଡ଼ିୱାଲସା ଏବଂ ଆନ୍ଧ୍ର ସୀମାନ୍ତ ତଡ଼ମରେ ଦୁଇଟି ବୁଥ କରିଥିଲା । କିନ୍ତୁ, ସରପଞ୍ଚ ଓ ୱାର୍ଡ଼ମେମ୍ବର ମତଦାନ ପାଇଁ ବୁଥ ଘୋଷଣା କରିନାହିଁ । ଯାହାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆନ୍ଧ୍ରପ୍ରଦେଶର ଏଭଳି ବେଆଇନ

ଏକତରଫା ନିଷ୍ପତ୍ତି ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି । ସୀମାରେ ଚେକ୍ ପୋଷ୍ଟ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯଦି କେହି ଓଡ଼ିଶା ସୀମା ଭିତରେ ପଶି ଗ୍ରାମବାସୀଙ୍କୁ ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବାକୁ ପ୍ରଲୋଭିତ କରନ୍ତି ବା ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କୁ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ଦେଖିବାରୁ ବାକି ରହିଲା ରାଜ୍ୟ ସରକାରଙ୍କ ଚେତାବନୀ ଦେଖି ଆନ୍ଧ୍ର ଦୂରେଇ ରହିବ ନା ଭୋଟ କରି ନିଜ ଉପସ୍ଥିତି ଜାହିର କରିବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande