
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ
ସର୍ବାନନ୍ଦ ସୋନେୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
। ଏନେଇ ସୋସିବଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା
ଓ ଅଭିନନ୍ଦନ।ମହାପ୍ରଭୁଙ୍କ ନିକଟରେ କାମନା କରୁଛି,
ଆଗାମୀ ବର୍ଷଟି ତାଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ଶାନ୍ତି ଓ ନିରନ୍ତର
ସଫଳତା ନେଇ ଆସୁ। ଦେଶର ସେବା ଓ ରାଷ୍ଟ୍ରର ପ୍ରଗତି ପାଇଁ ସେ ଏହିପରି ନିରନ୍ତର ସମର୍ପିତ ଭାବେ
କାର୍ଯ୍ୟ କରିଚାଲନ୍ତୁ, ଏହା ହିଁ ମୋର
ହାର୍ଦ୍ଦିକ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା