
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ସର୍ଦ୍ଦାର
ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ
କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କେଭି ସିଂହଦେଓ
କହିଛନ୍ତି ଯେ, ଭାରତର ଏକତା ଏବଂ ଅଖଣ୍ଡତାର ପ୍ରତୀକ, ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଲୌହ ପୁରୁଷ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ
ଜନ୍ମ ଜୟନ୍ତୀ (ରାଷ୍ଟ୍ରୀୟ ଏକତା ଦିବସ) ଅବସରରେ ତାଙ୍କ ସ୍ମୃତିଚାରଣ ପୂର୍ବକ ମୋର ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନେତୃତ୍ୱ ବଳରେ ଏକ ଶକ୍ତିଶାଳୀ,
ଅଖଣ୍ଡ ଭାରତ ଗଠନ କରିଥିବା ଏହି ମହାନ ଜାତୀୟ ନାୟକଙ୍କ
ସ୍ମୃତି ପ୍ରତି ବିନମ୍ର ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା