
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଭୂସ୍ଖଳନରେ ନିଖୋଜ ଥିବା ଲୋକଙ୍କୁ ହେଲିକପ୍ଟର ଖୋଜିବ। ନୌସେନାର ଅତ୍ୟାଧୁନିକ ହେଲିକପ୍ଟର ନିଖୋଜଙ୍କୁ ଖୋଜିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ମାଟି ତଳେ କାଳେ କେହି ରହିଥିବେହେଲିକପ୍ଟର ତାହା ସ୍କାନ କରିବ । ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଭଞ୍ଜନଗରକୁ ଯିବ । ରେଲୱେର ବି ସହଯୋଗ ଲୋଡ଼ାଯାଇଛି, ଏକ୍ସପର୍ଟ ଟିମ୍ ଗଞ୍ଜାମ ଯିବ। ପୁଲିଂ ମେସିନ୍ ର ସହାୟତା ନିଆଯିବ। ଉଦ୍ଧାର କାର୍ଯ୍ୟରେ ଶତାଧିକ ଶ୍ରମିକ ଲାଗିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା