
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଲୌହ ପୁରୁଷ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ରାଷ୍ଟ୍ରର ଏକତା
ଓ ଅଖଣ୍ଡତାର ପ୍ରତୀକ ତଥା ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀରେ
ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଏବଂ ଦେଶବାସୀଙ୍କୁ 'ରାଷ୍ଟ୍ରୀୟ ଏକତା ଦିବସ' ର ହାର୍ଦ୍ଦିକ ଶୁଭେଚ୍ଛା।ସ୍ୱାଧୀନ ଭାରତର ଗଠନ ଏବଂ ବିଭିନ୍ନ ଗଡ଼ଜାତ ରାଜ୍ୟକୁ ଏକାଠି କରି ଏକ ଅଖଣ୍ଡ ରାଷ୍ଟ୍ର
ନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱ,
ଅଦମ୍ୟ ସାହସ ଏବଂ ଦୂରଦୃଷ୍ଟି ସର୍ବଦା ଅନୁକରଣୀୟ।ଆସନ୍ତୁ ଏହି
ପବିତ୍ର ଦିବସରେ ଦେଶର ଏକତା, ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସଂକଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା