କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଘଟି ଏକାଧିକଙ୍କ ପ୍ରାଣହାନୀ ଓ ନିଖୋଜକୁ ନେଇ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଘଟି ଏକାଧିକଙ୍କ ପ୍ରାଣହାନୀ ଓ ନିଖୋଜକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଲୋକମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଜନଜୀବନକୁ ସୁଗମ କରିବା ପାଇଁ ସରକାର ତ୍ୱରିତ ଭାବେ ସମ
କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ     ଘଟି ଏକାଧିକଙ୍କ ପ୍ରାଣହାନୀ ଓ ନିଖୋଜକୁ ନେଇ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- କନ୍ଧମାଳ

ଜିଲ୍ଲାରେ ଭୂସ୍ଖଳନ ଘଟି ଏକାଧିକଙ୍କ ପ୍ରାଣହାନୀ ଓ ନିଖୋଜକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଲୋକମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଜନଜୀବନକୁ ସୁଗମ କରିବା

ପାଇଁ ସରକାର ତ୍ୱରିତ ଭାବେ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ

ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଘଟି ଏକାଧିକଙ୍କ ପ୍ରାଣହାନୀ ଓ ଅନେକ ନିଖୋଜ

ହୋଇଯାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଲୋକମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଜନଜୀବନକୁ

ସୁଗମ କରିବା ପାଇଁ ସରକାର ତ୍ୱରିତ ଭାବେ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଦୁଃଖଦ

ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର

ଆତ୍ମାର ସଦଗତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande