
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.) - ନାଭିଗେସନ୍
ଉପଗ୍ରହର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା
ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ସେ
କହିଛନ୍ତି ଯେ, ଶ୍ରୀହରିକୋଟାରୁ ଏନଭିଏସ -03 ନାଭିଗେସନ୍ ଉପଗ୍ରହର ସଫଳ ଉତ୍କ୍ଷେପଣ ପାଇଁ
ଇସ୍ରୋଏବଂ ସମଗ୍ର
ବୈଜ୍ଞାନିକ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ଉପଗ୍ରହ ଶୃଙ୍ଖଳାର ତୃତୀୟ ଉପଗ୍ରହ
ଭାବେ ଏହା ସ୍ୱଦେଶୀ ନାଭିକ୍ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥାର କ୍ଷମତାକୁ ଆହୁରି
ସୁଦୃଢ଼ କରିବ।
ଏହି ନୂତନ ସଫଳତା ବିଦେଶୀ
ନାଭିଗେସନ୍ ବ୍ୟବସ୍ଥା ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବା ସହିତ ରଣନୈତିକ କ୍ଷେତ୍ରରେ ଦେଶର
କ୍ଷମତା ଓ ଆତ୍ମନିର୍ଭରଶୀଳତାକୁ ଆହୁରି ମଜବୁତ କରିବ। ଆତ୍ମନିର୍ଭର ଭାରତ,
ଗର୍ବିତ ଭାରତ! ଜୟ ହିନ୍ଦ୍!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା