ଓଏମସି ପୁରୀ କୋଷ୍ଟାଲ ମାରାଥନ ପାଇଁ ୪ରେ ଭୁବନେଶ୍ୱର ପ୍ରୋମୋ ରନ୍
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରଚାର-ପ୍ରସାର ଏବଂ ଜନସାଧାରଣଙ୍କ ମଧ୍ୟରେ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱର ପ୍ରୋମୋ ରନ୍ ଆୟୋଜିତ ହେବ। ରବିବାର ସକାଳ ୬ଟା ୩୦ ମିନିଟ୍‌ରେ ସାଲିଆ ସାହିସ୍ଥିତ ହାତିଆଶୁଣି ପଡ଼ିଆରୁ
ଓଏମସି ପୁରୀ କୋଷ୍ଟାଲ ମାରାଥନ ପାଇଁ ୪ରେ ଭୁବନେଶ୍ୱର ପ୍ରୋମୋ ରନ୍


ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରଚାର-ପ୍ରସାର ଏବଂ ଜନସାଧାରଣଙ୍କ ମଧ୍ୟରେ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱର ପ୍ରୋମୋ ରନ୍ ଆୟୋଜିତ ହେବ।

ରବିବାର ସକାଳ ୬ଟା ୩୦ ମିନିଟ୍‌ରେ ସାଲିଆ ସାହିସ୍ଥିତ ହାତିଆଶୁଣି ପଡ଼ିଆରୁ ୫ କିଲୋମିଟର ଦୌଡ଼ର ଶୁଭାରମ୍ଭ ହେବ। ଫିଟନେସ୍, ଉତ୍ସାହ ଓ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ଏକାଠି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande