ସରମରା ସ୍କୁଲ ଜମାଖାତାରୁ ଟଙ୍କା ଆତ୍ମସାତ ଘଟଣା,୨ ଗିରଫ
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଚାଂୟତ ପୁରୁଷୋତମ ସରକାରୀ ଉଚ୍ଚ ବିଦ୍ୟାଳୟ ସରମରାର ଜମାଖାତାରୁ ଚେକ୍ ମାଧ୍ୟମରେ ୨ ଲକ୍ଷ ୮ ହଜାର ଟଙ୍କା ବେନିୟମ ଭାବେ ଉଠାଯାଇଥିଲା । ବିଦ୍ୟାଳୟର ପଚଂସଖା ଶିକ୍ଷାସେତୁ ସମଗ୍ର ଶିକ୍ଷା ଓ ଅନ୍ୟାନ୍ୟ ଜମା ଖାତାରେ ଛାତ୍ରଛାତ୍ରୀଙ୍କ କ
SARAMARA SCHOOL TANKA ATMASAT CASE


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଚାଂୟତ ପୁରୁଷୋତମ ସରକାରୀ ଉଚ୍ଚ ବିଦ୍ୟାଳୟ ସରମରାର ଜମାଖାତାରୁ ଚେକ୍ ମାଧ୍ୟମରେ ୨ ଲକ୍ଷ ୮ ହଜାର ଟଙ୍କା ବେନିୟମ ଭାବେ ଉଠାଯାଇଥିଲା । ବିଦ୍ୟାଳୟର ପଚଂସଖା ଶିକ୍ଷାସେତୁ ସମଗ୍ର ଶିକ୍ଷା ଓ ଅନ୍ୟାନ୍ୟ ଜମା ଖାତାରେ ଛାତ୍ରଛାତ୍ରୀଙ୍କ କଲ୍ୟାଣ ମୂଳକ ଜମା ଅର୍ଥରୁ ଏହି ଟଙ୍କାକୁ ଚଂଚକତା ପୂର୍ବକ ତିନି ଥର ଚେକ୍ ଜରିଆରେ ଉଠାଯାଇଥିଲା । କାଦବରାଙ୍ଗ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତୂପକ୍ଷଙ୍କୁ ସନ୍ଦେହ ହେବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଏଭଳି କୌଣସି ଚେକ ବିଦ୍ୟାଳୟରୁ ଇସୁ ହୋଇ ନଥିବାର ଜଣାଇବା ପରେ ଘଟଣାର ଖୋଳତାଡ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଜଣାଇବା ପରେ ବନ୍ତ ପୋଲିସ ଓ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ବିଦ୍ୟାଳୟ ଏବଂ ବ୍ୟାଙ୍କର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆଗକୁ ବଢିଥିଲା । ପ୍ରାଥମିକ ପର୍ଯ୍ୟାୟରେ ସହକାରୀ ଶିକ୍ଷକ ସୋମନାଥ ବିଶ୍ୱାଳ ଓ କନିଷ୍ଠ ସହାୟକ ଧିରେନ୍ଦ୍ର କୁମାର ରାଉଳ ନିଲମ୍ବିତ ହୋଇଥିଲେ । ସିସିଟିଭି ଫୁଟେଜର ଉଚ୍ଚ ସ୍ତରୀୟ ତଦନ୍ତ ପରେ ଆଜି ସହକାରୀ ଶିକ୍ଷକ ଶ୍ରୀ ବିଶ୍ୱାଳ ଏବଂ ସରମରା ବାସିନ୍ଦା ତଥା ବିଦ୍ୟାଳୟ କମିଟି ସଭାପତି ବିଶ୍ୱନାଥ ଜେନା ଓରଫ ଚିଟୁଂଙ୍କୁ ବନ୍ତ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande