ନୀଳମଣି ରାଉତରାୟଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜା ଆନ୍ଦୋଳନର ପ୍ରମୁଖ ନେତା ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର
Odisha CM Mohan Majhi (File  Photo)


ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜା ଆନ୍ଦୋଳନର ପ୍ରମୁଖ ନେତା ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ରାଜ୍ୟପାଳ ଡ. କମ୍ଭମପାଟି କହିଛନ୍ତି ଯେ, ନୀଳମଣି ରାଉତରାୟ ଓଡ଼ିଶାକୁ ପ୍ରଗତିଶୀଳ କରିବା ସହ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ତାଙ୍କର ସେବା ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟପାଳ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୀଳମଣି ରାଉତରାୟଙ୍କୁ ଭକ୍ତିପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଜନସେବା ଓ ଓଡ଼ିଶାର ବିକାଶ ପାଇଁ ଥିବା ଅବଦାନକୁ ସ୍ମରଣ କରିଛନ୍ତି। ରାଜ୍ୟର ପ୍ରଗତି ଓ ଜନସାଧାରଣଙ୍କ ସେବା କ୍ଷେତ୍ରରେ ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନୀଳମଣି ରାଉତରାୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶରେ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଛନ୍ତି।

ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନୀଳମଣି ରାଉତରାୟଙ୍କ ସ୍ୱାଧୀନତା ସଂଗ୍ରାମ, ପ୍ରଜା ଆନ୍ଦୋଳନ, ଜନସେବା, ରାଜ୍ୟର ପ୍ରଗତି ଓ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଥିବା ଅବଦାନକୁ ସ୍ମରଣ କରିଛନ୍ତି। ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande