
ନୂଆଦିଲ୍ଲୀ, ୦୪ ଅକ୍ଟୋବର (ହି.ସ.)। ମହାନ କ୍ରାନ୍ତିକାରୀ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରିଛନ୍ତି। ମା’ ଭାରତୀଙ୍କୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଶ୍ୟାମଜୀ କୃଷ୍ଣ ବର୍ମା ନିଜ ଜୀବନ ସମର୍ପିତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି ଯେ, ମାତୃଭୂମିର ସ୍ୱାଭିମାନର ସୁରକ୍ଷା ପାଇଁ ଶ୍ୟାମଜୀ କୃଷ୍ଣ ବର୍ମା ଯେଉଁ ପରାକ୍ରମ ଓ ପୁରୁଷାର୍ଥର ପରିଚୟ ଦେଇଥିଲେ, ତାହା ଅତୁଳନୀୟ। ତାଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମ ପାଇଁ କୃତଜ୍ଞ ରାଷ୍ଟ୍ର ତାଙ୍କୁ ସର୍ବଦା ସ୍ମରଣ କରିବ ବୋଲି ମୋଦୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ