
ବଲାଙ୍ଗିର, 08 ଅକ୍ଟୋବର (ହି.ସ.) ଏମ୍ଏମ୍ ଡିଆର୍ ୨୦୨୬, ଏସ୍ ଆଇ ଆର୍, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତିକୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ସାଙ୍ଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଆଜି ୧୨ଘଣ୍ଟିଆ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ହୋଇଥିବା ବନ୍ଦ ପାଳନକୁ ଅଞ୍ଚଳର ସମସ୍ତ ଜନସାଧାରଣ ସ୍ଵତଃପୂର୍ତ୍ତ ଭାବେ ସମର୍ଥନ କରି ଦୋକାନ ବଜାର ସବୁ ବନ୍ଦ କରିଥିଲେ । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ଦେଖିବାକୁ ମିଳିଥିଲା । ୧୨ଘଣ୍ଟିଆ ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା । ଏହି ବନ୍ଦ ପାଳନରେ ଯୁବ ନେତା ଅମିତ୍ ସିଂ ସାଲୁଜା, ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ପାଣିଗ୍ରାହୀ, ଯଦୁପତି ଅଗସ୍ତି, ଏସ୍ସି ସେଲ ସଭାପତି ବିଭୀଷଣ ମହାନନ୍ଦ, ଈଶ୍ୱର ଭୋଇ, ଲଖନା ସମିତି ସଭ୍ୟ ଭୀମସେନ ବାଗ, ଜିତେନ୍ଦ୍ର ହାତୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ବୁଲୁ କୁମ୍ଭାର, ତେଜରାଜ ଲୁହା, ପୂର୍ଣ୍ଣ ପୁଟେଲ, କମଳ ବୁଡେକ, ଖଡଗଧର ମହାନନ୍ଦ, ପାର୍ଥ ଭୋଇ, ପୀତବାସ ବେହେରା, ସୁବାଷ ବଏ, କୃପା କୁମ୍ଭାର, ସାଗର ଛତ୍ରିଆ, ଦୁର୍ବାସା ସାହୁ, ରାଜେଶ ହେର୍ଣ୍ଣା, ବିଷ୍ଣୁ ସାହୁ, ଉତ୍ତମ ମହାନନ୍ଦ, ଭିକି ମହାନନ୍ଦ, ମୋହିତ ସେଟ, ମକୁନ୍ଦ ନାଗ, ଦେବେଶ ନାଗ, ମୁରିବାହାଲ ବିକାଶମଞ୍ଚ ସଭାପତି ଫାଲଗୁନି ହାତୀ, ଥବିର ସା, ରବି ବାଗ, ଅମରେଶ ମାଝୀ, ସିପିଆଇ ଜିଲ୍ଲା ସହସମ୍ପାଦକ ପାଣ୍ଡବ ଭୋଇ, ଗୋପାଳ ଭୋଇ, ରସିକ ରଣାଙ୍କ ସହ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀ ଯୋଗଦେଇ ମୁରିବାହାଲ ସଦରମହକୁମା ସମେତ ହଳଦୀ, ଗୁଡିଘାଟ ଅଞ୍ଚଳରେ ପିକେଟିଂ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ପୁଲିସ୍ ପ୍ରଶାସନ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ