
କଟକ/ଭୁବନେଶ୍ୱର, ୦୮, ଅକ୍ଟୋବର (ହି.ସ.) - ଡିଏନଆଇପିଏସ୍ (ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପୁଲିସ ସେବା)ର ୮ ଜଣ ଅଧିକାରୀ ପ୍ରଶିକ୍ଷାର୍ଥୀ ଗୁରୁବାର କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଓଡ଼ିଶା ପୁଲିସ ଡିଜି ଶ୍ରୀ ବିନୟତୋଷ ମିଶ୍ର ଏବଂ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅବସରରେ ଡିଜି ଶ୍ରୀ ମିଶ୍ର ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜନସେବା କ୍ଷେତ୍ରରେ ସମ୍ବେଦନଶୀଳତା ଓ ମାନବିକ ଦୃଷ୍ଟିକୋଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ନିଷ୍ଠା, ସତ୍ୟନିଷ୍ଠା ଓ ନିରନ୍ତର ପ୍ରୟାସ ସହ କାର୍ଯ୍ୟ କରିବା ପାଇଁ ସେ ଯୁବ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା