ଆଧାର କାର୍ଡ ସଂଶୋଧନ ପାଇଁ ଵୃଦ୍ଧଙ୍କ ଜୀବନ ଯନ୍ତ୍ରଣା
ଗଂଜାମ, 08 ଅକ୍ଟୋବର (ହି.ସ.)ଆଧାର କାର୍ଡ ସଂଶୋଧନ ପାଇଁ ଗଞ୍ଜାମ ଜିଲ୍ଲାର ଜଣେ ୮୦ ଵର୍ଷ ବୃଦ୍ଧଙ୍କ ଜୀବନ ଦୁର୍ଵିସହ ହୋଇପଡିଥିବା ଜଣାପଡିଛି। ଏହି ବ୍ୟକ୍ତିଙ୍କ ପ୍ରଥମ ଆଧାର କାର୍ଡଟିରେ ଜନ୍ମ ତାରିଖ ପ୍ରାୟ ସଠିକଥିଲା। କିନ୍ତୁ ଆଧାର ସହ ପାନ୍ ଲିଙ୍କ ବେଳେ ଆଧାର କେନ୍ଦ୍ର କର୍ମଚାରୀ ଏହାକୁ ଭୁଲଵଶତ
ଆଧାର କାର୍ଡ ସଂଶୋଧନ ପାଇଁ ଵୃଦ୍ଧଙ୍କ ଜୀବନ ଯନ୍ତ୍ରଣା


ଗଂଜାମ, 08 ଅକ୍ଟୋବର (ହି.ସ.)ଆଧାର କାର୍ଡ ସଂଶୋଧନ ପାଇଁ ଗଞ୍ଜାମ ଜିଲ୍ଲାର ଜଣେ ୮୦ ଵର୍ଷ ବୃଦ୍ଧଙ୍କ ଜୀବନ ଦୁର୍ଵିସହ ହୋଇପଡିଥିବା ଜଣାପଡିଛି। ଏହି ବ୍ୟକ୍ତିଙ୍କ ପ୍ରଥମ ଆଧାର କାର୍ଡଟିରେ ଜନ୍ମ ତାରିଖ ପ୍ରାୟ ସଠିକଥିଲା। କିନ୍ତୁ ଆଧାର ସହ ପାନ୍ ଲିଙ୍କ ବେଳେ ଆଧାର କେନ୍ଦ୍ର କର୍ମଚାରୀ ଏହାକୁ ଭୁଲଵଶତଃ ୧୨ ବର୍ଷ କମାଇଦେବା ଫଳରେ ତାଙ୍କର ଵୟୋବନ୍ଦନା ଆୟୁଷ୍ମାନ କାର୍ଡଟିଏ ହୋଇପାରୁନି, ଫଳରେ ସେ ପରିଣତ ବୟସରେ ସ୍ବାସ୍ଥ୍ୟ ସେବା ନପାଇ ରୋଗରେ ହନ୍ତସନ୍ତ ହୋଇ ଜୀବନ ଯନ୍ତ୍ରଣା ଭୋଗୀବାସହ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଆଧାର କାର୍ଡ ଜନ୍ମ ତାରିଖ ସଂଶୋଧନ ପାଇଁ ଭୁବନେଶ୍ୱର ଆଞ୍ଚଳିକ ଆଧାର କେନ୍ଦ୍ରକୁ ଏହି ଅସହାୟ ବୃଦ୍ଧଜଣଙ୍କ ପ୍ରାୟ ୧୦ଥର ଯାଇ ୨୦ହଜାର ଟଙ୍କା ସେଠାରେ ଖର୍ଚ କରି ନିରାଶ ହୋଇଛନ୍ତି। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଜନ୍ମ ପ୍ରମାଣ ପତ୍ର ସହ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ସତ୍ୟପାଠ ସହ ଆବେଦନ କରିଥିଲେ ମଧ୍ୟ ଏହାକୁ ରିଜେକ୍ଟ କରାଯାଉଥିବାରୁ ଏହି ଅସହାୟ ବୃଦ୍ଧଜଣଙ୍କ ପରିଶେଷରେ ଆତ୍ମହୂତି ଦେବାକୁ ମନରେ ସ୍ଥିର କରି ତାଙ୍କର ଜନ୍ମ ତାରିଖ ଆଧାର କାର୍ଡରେ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀ ମତି ଦୌପଦି ମୁର୍ମୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଅଵଗତି ପାଇଁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande