ଜାତୀୟ ସ୍ତରୀୟ ବେଡମିଂଟନ ପ୍ରତିଯୋଗିତାରେ ଏସବିଡି ଇଂଟରନେସନାଲ ସ୍କୁଲର ଛାତ୍ରୀ ବି ଲକ୍ଷ୍ମୀ ରେଡୀ ମନୋନୀତ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ରାଜସ୍ଥାନର ଜୟପୁର ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ୧୭. ବର୍ଷରୁ କମ୍ ରେଙ୍କିଙ୍ଗ୍ ବେଡମିଂଟନ ପ୍ରତିଯୋଗିତା ରେ ଏସ ବିଡି ଇଂଟରନେସନାଲ ସ୍କୁଲ ଭଦ୍ରକ ର ଛାତ୍ରୀ ବି ଲକ୍ଷ୍ମୀ ରେତୀ ମନୋନୀତ ହୋଇଅଛି । ଏହି ପ୍ରତିଯୋଗିତା ଟି ୧ ଅକ୍ଟୋବର ରୁ ଆରମ୍ଭ
BADMINTON COMPETITION SBD SCHOOL GIRL


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ରାଜସ୍ଥାନର ଜୟପୁର ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ୧୭. ବର୍ଷରୁ କମ୍ ରେଙ୍କିଙ୍ଗ୍ ବେଡମିଂଟନ ପ୍ରତିଯୋଗିତା ରେ ଏସ ବିଡି ଇଂଟରନେସନାଲ ସ୍କୁଲ ଭଦ୍ରକ ର ଛାତ୍ରୀ ବି ଲକ୍ଷ୍ମୀ ରେତୀ ମନୋନୀତ ହୋଇଅଛି । ଏହି ପ୍ରତିଯୋଗିତା ଟି ୧ ଅକ୍ଟୋବର ରୁ ଆରମ୍ଭ ହୋଇ ୧୦ ଅକ୍ଟୋବର ରେ ସମାପ୍ତ ହେବା ତାଙ୍କର ଏହି ସଫଳତା ପଛରେ ବାପା ପିତାମ୍ବର ରେତି ଓ ମାତା ଜଗଦେଶ୍ୱରୀ ରେତି ଓ କୋଚ୍ ଙ୍କ ମୁଖ୍ୟ ଭୂମିକା ରହିଛି ବୋଲି ଲକ୍ଷ୍ମୀ ପ୍ରକାଶ କରିଛନ୍ତି। ସେ ପୂର୍ବରୁ ମଧ୍ୟ ୧୩ ବର୍ଷରୁ କମ୍ , ୧୫ ବର୍ଷରୁ କମ୍ ଓଡ଼ିଶା ଦଳରେ ସୁଯୋଗ ପାଇଁ ରେଙ୍କିଙ୍ଗ ଖେଳି ସାରିଛନ୍ତି,ସେ ବର୍ତମାନ ଏସ ବିଡି ଇଂଟରନେସନାଲ ସ୍କୁଲ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଅଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା ,ଚେୟାର୍ ମେନ ଦେବାଶିଷ ଦୀକ୍ଷିତ , ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍ , ଏମ୍ ତି ବିଦ୍ୟାଧର ଅଗସ୍ତି , ମ୍ୟାଡମ୍ ଏମ୍ ଡି ବନ୍ଦିତା ଦୀକ୍ଷୀତ୍ , ମାର୍ଗଦର୍ଶକ ଶୈଳେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଶତପଥି ,ମ୍ୟାଡମ୍ ଚେୟାରମେନ ଆଶାବରୀ କର , ଶିକ୍ଷାବିତ ବିପିନ୍ ବିହାରୀ କର . ସମସ୍ତ ଶିକ୍ଷକ ଓ ସମସ୍ତ କର୍ମଚାରୀ ଗଣ ଶୁଭେଚ୍ଛା ଜଣାଇବା ସହିତ ଶୁଭକାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande