ବାଣିଜ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ବଦଳି ଆଦେଶ କାର୍ଯ୍ୟକାରୀ କରିବାକୁ ଦାବୀ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ବାଣିଜ୍ୟ ପରିବହନ ବିଭାଗରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀଙ୍କ ବଦଳି କରାଯାଇଥିବାବେଳେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଚାନ୍ଦବାଲିରୁ ଭାରମୁକ୍ତ କରିବାକୁ ଦାବୀ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଜଳସମ୍ପଦ ବିଭାଗରେ ନିଯୁକ୍ତି ପାଇଥିବା ଶ୍ରଦ୍ଧାଞ୍ଜଳି ସାହୁ ବର
ବାଣିଜ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ବଦଳି ଆଦେଶ କାର୍ଯ୍ୟକାରୀ କରିବାକୁ ଦାବୀ


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ବାଣିଜ୍ୟ ପରିବହନ ବିଭାଗରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀଙ୍କ ବଦଳି କରାଯାଇଥିବାବେଳେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଚାନ୍ଦବାଲିରୁ ଭାରମୁକ୍ତ କରିବାକୁ ଦାବୀ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଜଳସମ୍ପଦ ବିଭାଗରେ ନିଯୁକ୍ତି ପାଇଥିବା ଶ୍ରଦ୍ଧାଞ୍ଜଳି ସାହୁ ବର୍ତମାନ ଚାନ୍ଦବାଲି ଠାରେ ଥିବା ବାଣିଜ୍ୟ ପରିବହନ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରତ। ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ବିରୁଦ୍ଧରେ ବହୁ ଅର୍ଥ ତୋଷାରପାତ ଏବଂ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆସିବା ପରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ତୁରନ୍ତ ଚାନ୍ଦବାଲିରୁ କଟକ ମେକାନିକାଲ ଡିଭିଜନକୁ ବଦଳି କରିବାକୁ ପତ୍ରସଂଖ୍ୟା ୩୨୧୨୭ ରେ ନିର୍ଦେଶ ଦେଇଛନ୍ତି ଏବଂ ତାଙ୍କ ବଦଳରେ ଅର୍ଜୁନ ଦାସ (କନିଷ୍ଠଯନ୍ତ୍ରୀ)ଙ୍କୁ ଚାନ୍ଦବାଲି ବାଣିଜ୍ୟ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ଏହି ପତ୍ରରେ ନିର୍ଦେଶ ଦିଆଯାଇଛି। ମାତ୍ର ବଦଳି ଚିଠି ହେବା ପରେ ମଧ୍ୟ ବାଣିଜ୍ୟ ବିଭାଗର ନିର୍ଦେଶକ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ଘଂଟ ଘୋଡାଇ ନିଜ ଅଧିନରେ ରଖିବାକୁ ମସୁଧା ଚଳାଇଛନ୍ତି । ଫଳରେ ସଂପୃକ୍ତ ଶ୍ରଦ୍ଧାଞ୍ଜଳି ସାହୁଙ୍କ ବଦଳି ଆଦେଶ କାର୍ଯ୍ୟକାରୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ସଂପୃକ୍ତ ବିବାଦୀୟ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ବଦଳି କାର୍ଯ୍ୟକାରୀ କରାନଗଲେ ଚାନ୍ଦବାଲିବାସୀ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande