
ଭୁବନେଶ୍ୱର, ୦୮, ଅକ୍ଟୋବର (ହି.ସ.) - ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱରରୁ ପୁଣେ ଇଣ୍ଡିଗୋ ବିମାନ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଣିକି ପୁଣେ ସହରକୁ ଇଣ୍ଡିଗୋ ବିମାନ ସପ୍ତାହରେ ପ୍ରତିଦିନ ଚାଲିବ । ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବା ଚାଲୁ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା