ରାତିରେ ଭଦ୍ରକ କଲେଜ ହଷ୍ଟେଲକୁ ଢେଲା ମାଡ, ଏସ୍ପିଙ୍କୁ ଭେଟିଲେ ଛାତ୍ରଛାତ୍ରୀ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଭଦ୍ରକ କଲେଜ କ୍ୟାମ୍ପସ । ବିଳମ୍ବିତ ରାତିରେ ଭଦ୍ରକ କଲେଜ କ୍ୟାମ୍ପସରେ ଅଣ ଛାତ୍ର ଢେଲା ମାଡ କରୁଥିବା ନେଇ ଆଜି ବହୁ ଛାତ୍ରଛାତ୍ରୀ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହଷ୍ଟେଲକୁ ଢେଲା ମାଡର ଭିଡି
BHADRAK COLLEGE HOSTEL CASE


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଭଦ୍ରକ କଲେଜ କ୍ୟାମ୍ପସ । ବିଳମ୍ବିତ ରାତିରେ ଭଦ୍ରକ କଲେଜ କ୍ୟାମ୍ପସରେ ଅଣ ଛାତ୍ର ଢେଲା ମାଡ କରୁଥିବା ନେଇ ଆଜି ବହୁ ଛାତ୍ରଛାତ୍ରୀ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହଷ୍ଟେଲକୁ ଢେଲା ମାଡର ଭିଡିଓ ଭାଇରାଲ ହୋଇଛି । ନିର୍ବାଚନ ପାଇଁ ସେମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ପରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭଦ୍ରକ ସହରାଂଚଳ ଥାନା ଘେରାଉ କରିବା ପରେ ଏସ୍ପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି । ଏବଂ କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି ପାଇଁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande