

ଭୁବନ, ୮ ଅକ୍ଟୋବର (ହି.ସ.)- ଚାରି ଦଫା ଦାବିରେ କଂଗ୍ରେସ ଦଳ ତରଫରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ଭୁବନରେ ସଫଳ ହୋଇଛି । ଭୁବନ ଟାଉନ୍ କଂଗ୍ରେସ ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ । ଭୁବନରେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ବେଳେ ସ୍କୁଲ କଲେଜ ଖୋଲା ଥିଲା । କଂଗ୍ରେସ କର୍ମୀ ମାନେ ପିକେଟିଙ୍ଗ କରି ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ବନ୍ଦ କରି ଦେଇଥିଲେ।
ଏହି ବନ୍ଦ ପାଳନରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ବନ୍ଦିତା ଭବାନୀ ମହାପାତ୍ରଙ୍କ ସମେତ ବରିଷ୍ଠ ନେତା ବିପ୍ରବର ସାହୁ, ଶୁକଦେବ ରାଉତ ଯୋଗଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବନ୍ଦ ପାଳନରେ ଦୀପକ ସାହୁ, ବିନୋଦ ମହାରଣା, ଶ୍ୱେତକେତୁ ମିଶ୍ର, ବଳରାମ ପୃଷ୍ଟି, ଭାଗବତ ନାୟକ, ହରିହର ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ