ଜୟପାଟଣାରେ ଦୋକାନ ବଜାର ବନ୍ଦ ରହିଥିଲା
ମୁଖୀଗୁଡା, ୮ ଅକ୍ଟୋବର(ହି.ସ) - ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆଜି ସାରା ରାଜ୍ୟରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ମଧ୍ୟ ପଡ଼ିଛି। ବନ୍ଦ ପ୍ରଭାବରେ ଜୟପାଟଣାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ିମୋଟର ଚଳାଚଳ ମଧ୍ୟ
Strike


ମୁଖୀଗୁଡା, ୮ ଅକ୍ଟୋବର(ହି.ସ) - ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆଜି ସାରା ରାଜ୍ୟରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ମଧ୍ୟ ପଡ଼ିଛି। ବନ୍ଦ ପ୍ରଭାବରେ ଜୟପାଟଣାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ିମୋଟର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଭାବ ପଡିନଥିଲା।

କେନ୍ଦ୍ରର ଏମଏମଡିଆର ବିଲ୍ ପ୍ରତ୍ୟାହାର, ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା,ଓଡ଼ିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ଦାବିରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ବ୍ଲକ ସଭାପତି ସୁଶୀଲ କୁମାର ନାଏକ,ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଦୁରିଆ, ଛାୟାକାନ୍ତ ବେନୁପାଣି, ତରୁଣ ନାଏକ,ପିତାମ୍ବର ହରିଜନ,ଲବକିଶୋର ନାଏକ,ନେତ୍ରମଣି ନାଗ ସମେତ ଅନେକ କଂଗ୍ରେସ ପ୍ରେମୀ ଉପସ୍ଥିତଥିଲେ ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande