
ଜୟପୁର, ୦୮ ଅକ୍ଟୋବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବଡ ଓଜେଇ ଗ୍ରାମର ଡମୁ ନାୟକ । ସୁଚନା ଅନୁଯାଇ ଏକ ବାଇକରେ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଗୋଡିଆ ଧୋବା ସାହି ନିକଟରେ ଚଢାଉ କରିଛି । ଚଢାଉ କରି ୩୨ ଲିଟର ଦେଶି ମଦ ସହ ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କୋଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି