
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ପୂର୍ବ ତଟ ରେଳପଥ ଚଳିତ ଆର୍ôଥକ ବର୍ଷ ୨୦୨୬-୨୭ରେ ପଣ୍ୟ ବୋଝେଇ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥ ୧୨୦.୭୬ ମିଲିୟନ ଟନ୍(ଏମ୍ଟି) ପଣ୍ୟ ବୋଝେଇ କରିଛି। ଗତ ଆର୍ôଥକ ବର୍ଷର ସମାନ ଅବଧିରେ ଏହା ୧୧୬.୭୮ ମିଲିୟନ ଟନ୍ ଥିବାବେଳେ, ଚଳିତ ବର୍ଷ ପଣ୍ୟ ବୋଝେଇରେ ୩.୪% ଅଭିବୃଦ୍ଧି ହାସଲ ହୋଇଛି।
ତିନୋଟି ମଣ୍ଡଳ ମଧ୍ୟରୁ, ଖୋର୍ଦ୍ଧା ରୋଡ୍ ମଣ୍ଡଳ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ୮୭.୬୪ ମିଲିୟନ ଟନ୍ ପଣ୍ୟ ବୋଝେଇ କରି ଗତବର୍ଷ ତୁଳନାରେ ୧.୭% ଅଭିବୃଦ୍ଧି ହାସଲ କରିଛି। ରାୟଗଡ଼ା ମଣ୍ଡଳ ୧୯.୯୭ ମିଲିୟନ ଟନ୍ ପଣ୍ୟ ବୋଝେଇ କରି ୮.୮% ଅଭିବୃଦ୍ଧି ହାସଲ କରିଥିବାବେଳେ, ସମ୍ବଲପୁର ମଣ୍ଡଳ ୧୩.୧୫ ମିଲିୟନ ଟନ୍ ପଣ୍ୟ ବୋଝେଇ କରି ୭.୩% ଅଭିବୃଦ୍ଧି ହାସଲ କରିଛି।
ପୂର୍ବ ତଟ ରେଳପଥର ପଣ୍ୟ ବୋଝେଇରେ କୋଇଲା ପ୍ରମୁଖ ଯୋଗଦାନକାରୀ ଭାବେ ରହିଛି। ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ କୋଇଲା ବୋଝେଇ ୭୧.୦୧ ମିଲିୟନ ଟନ୍ ହୋଇଛି। ଗତବର୍ଷର ସମାନ ଅବଧିରେ ୬୮.୪୬ ମିଲିୟନ ଟନ୍ କୋଇଲା ବୋଝେଇ ହୋଇଥିବାବେଳେ, ଚଳିତ ବର୍ଷ ଏଥିରେ ୩.୭% ଅଭିବୃଦ୍ଧି ହୋଇଛି।
ଲୌହପଥର ବୋଝେଇରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଲୌହପଥର ବୋଝେଇ ୧୭.୧୯ ମିଲିୟନ ଟନ ବୃଦ୍ଧି ପାଇ ୧୯.୬୦ ମିଲିୟନ ଟନରେ ପହଞ୍ଚିଛି, ଯାହା ୧୪.୦% ଅଭିବୃଦ୍ଧି ଦର୍ଶାଉଛି। କଣ୍ଟେନର ବୋଝେଇରେ ମଧ୍ୟ ୭.୮% ଅଭିବୃଦ୍ଧି ହୋଇ ୨.୧୦ ମିଲିୟନ ଟନରେ ପହଞ୍ଚିଛି। ଲୌହ ଓ ଇସ୍ପାତ ବୋଝେଇରେ ୦.୩% ସାମାନ୍ୟ ଅଭିବୃଦ୍ଧି ହୋଇଛି।
ଚଳିତ ଆର୍ôଥକ ବର୍ଷରେ ପୂର୍ବ ତଟ ରେଳପଥ ପଣ୍ୟ ଅନ୍ଲୋଡିଂ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏପ୍ରିଲରୁ ସେପ୍େଟମ୍ବର ୨୦୨୬ ମଧ୍ୟରେ ପୂର୍ବ ତଟ ରେଳପଥ ୧୦୯.୬୬ ମିଲିୟନ ଟନ୍ ମାଲ ଅନ୍ଲୋଡ୍ କରିଛି। ଗତବର୍ଷର ସମାନ ଅବଧିରେ ୧୦୦.୧୧ ମିଲିୟନ ଟନ୍ ତୁଳନାରେ ଏହା ୧୦% ଅଭିବୃଦ୍ଧି ହୋଇଛି।
ମଣ୍ଡଳଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ସର୍ବାଧିକ ୭୮.୩୩ ମିଲିୟନ ଟନ୍ ପଣ୍ୟ ଅନ୍ଲୋଡ୍ କରି ୧୧% ଅଭିବୃଦ୍ଧି ହାସଲ କରିଛି। ସମ୍ବଲପୁର ମଣ୍ଡଳ ୨୨.୮୪ ମିଲିୟନ ଟନ୍ ପଣ୍ୟ ଅନ୍ଲୋଡ୍ କରି ୬% ଅଭିବୃଦ୍ଧି ହାସଲ କରିଥିବାବେଳେ, ରାୟଗଡ଼ା ମଣ୍ଡଳ ୮.୪୯ ମିଲିୟନ ଟନ୍ ପଣ୍ୟ ଅନ୍ଲୋଡ୍ କରି ୩% ଅଭିବୃଦ୍ଧି ହାସଲ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା