
ବଲାଙ୍ଗିର, 08 ଅକ୍ଟୋବର (ହି.ସ.)
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା। ଗତ ୨୦୨୫ ମସିହା ଫେବୃଆରି ୨୮ ତାରିଖରେ ବଲାଙ୍ଗୀର ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ବଲାଙ୍ଗୀର ବିଷ୍ଣୁମୁଣ୍ଡା ରାସ୍ତାର ରେଲୱେ ଓଭରବ୍ରିଜ୍ ନିକଟରେ ଗୋଟିଏ ଇନୋଭା କାର କୁ ସାନ୍ଦିଗ୍ଧ ଅବସ୍ଥାରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ତିନିଜଣ ବ୍ୟକ୍ତି ଚନ୍ଦ୍ରକେଶ ଯାଦବ, ମୂଲଚନ୍ଦ ଯାଦବ ଏବଂ ସକୀର ଅହମ୍ମଦଙ୍କ ଠାରୁ ଗୋଟିଏ ଜରି ବସ୍ତାରେ ୨ କୁଇଣ୍ଟାଲ ୧୬କେଜି ଗଞ୍ଜେଇ ଜବତ କରିଥିଲେ । ସାକ୍ଷୀମାନଙ୍କ ସମ୍ମୁଖରେ ଅନୁସନ୍ଧାନ ଓ ଗଂଜେଇ ଜବତ କରି ଅବକାରୀ ନିରୀକ୍ଷକ ଜୟଦେବ ପ୍ରଧାନ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ଏ ସଂକ୍ରାନ୍ତରେ ଚାର୍ଜସିଟ୍ ଦାଖଲ କରି ଗଂଜେଇ ଚୋରା ଚାଲାଣକାରୀ ମାନଙ୍କ ବିରୁଦ୍ଧରେ ୨-ଏ.ସି.ସି କେସ୍ ନମ୍ବର ୧୧/୨୦୨୫ରେ ଏକ ମାମଲା ଦାୟର କରାଯାଇଥିଲା। ଏହି ମାମଲାର ବିଚାର କରି ମାନ୍ୟବର ବଲାଙ୍ଗୀର ଅତିରିକ୍ତ ସେସନସ୍ ଜଜ୍(ଦ୍ଵିତୀୟ)ଶ୍ରୀମତୀ ଅଞ୍ଜଳି କୁମାରୀ ପାଢ଼ୀ ସାକ୍ଷ୍ୟ ଏବଂ ପ୍ରମାଣପତ୍ରକୁ ଭିତ୍ତି କରି ଅଭିଯୁକ୍ତମାନଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଅନାଦୟ ଆହୁରି ୧୦ ବର୍ଷ ଜେଲଦଣ୍ଡାଦେଶ ଏବଂ ୨ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଗୋପାଳ ଚନ୍ଦ୍ର ହୋତା ମୁକଦ୍ଦମା ପରିଚାଳନା କରୁଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ