
ଗଞ୍ଜାମ, ୮ ଅକ୍ଟୋବର (ହି.ସ.)-
ଗଞ୍ଜାମ ତେନ୍ତୁଳିଆପଡାର ବାଙ୍କନିଧି ଗୌଡଙ୍କ ୧୮ ଛେଳି ଚୋରି ମାମଲାରେ କେ.ନୂଆଗାଁ ପୋଲିସକୁ ବଡ ସଫଳତା ମିଳିଛି। ନୂଆପଡାରେ ନାକା ଚେକିଂ ବେଳେ ସନ୍ଦେହଜନକ ମାରୁତି କାର ନମ୍ବର ଓଡି୩୩ଏୱାଇ-୨୭୮୭କୁ ଅଟକାଇ ଯାଞ୍ଚ କରିବାରୁ ଡିକିରୁ ଲୁହା କାତି ଓ ଛେଳି-ମେଣ୍ଢା ଲୋମ ମିଳିଥିଲା l ଜେରାରେ ଅଭିଯୁକ୍ତ ସଂଗ୍ରାମ ସାହୁ ସ୍ୱୀକାର କଲା ଯେ, ସହଯୋଗୀଙ୍କ ସହ କେ.ନୂଆଗାଁ ଓ ଜରଡା ଅଞ୍ଚଳରେ ନିୟମିତ ଛେଳି-ମେଣ୍ଢା ଚୋରି କରୁଥିଲେ। ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ଅନୁଜୟ ସ୍ୱାଇଁ, ଜାହାଡା, ଧରାକୋଟର ସଂଗ୍ରାମ ସାହୁ, ବାରସିଂଗି ଶେରଗଡ଼ର ଦୀପକ ସାହୁ ଏବଂ ଶେରଗଡ଼ର
ଅରମାନ ନାୟକ, ଗୋବରା, ଗଙ୍ଗାପୁର l
କେ.ନୂଆଗାଁ ଥାନା କେସ ନଂ ୧୮୭/୨୦୨୬ ୟୁ/ଏସ ୩୦୫(ଏ)/୩୩୧(୪)/୩(୫) ବି.ଏନ.ଏସ. ସହ ୨୫(୧)(ଏ) ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି। କାର ଓ କାତିକୁ ପୁଲିସ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ