
ଗଂଜାମ, 08 ଅକ୍ଟୋବର (ହି.ସ.) ଗଞ୍ଜାମ ଜିଲାରେ ଇଣ୍ଡି ମେଣ୍ଟ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଧର୍ମଘଟ ତଥା ଵାରଘଣ୍ଟିଆ ବନ୍ଦ ଚାଲିଥିବା ଵେଳେ ହିଞ୍ଜିଳିକାଟୁ ସହରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଵନ୍ଦ ବେଳେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମୁହାଁମୁହିଁ ହୋଇଛନ୍ତି। ବିଜେପି କର୍ମୀଙ୍କ ଅଭିଯୋଗରେ କଂଗ୍ରେସ କର୍ମୀ ମାନଙ୍କୁ ଓ ଉପସଭାପତି ସୁନାରାମ ସାଵତଙ୍କୁ ପୁଲିସ ଗିରଫ କରିଥିବାରୁ କଂଗ୍ରେସ କର୍ମୀ ମାନେ ହିଞ୍ଜିଳିକାଟୁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଆସିକା ସହରରେ ମଧ୍ୟ ବନ୍ଦ ପାଳନ ବେଳେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁଁହି ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ