
ମାଲକାନଗିରି, ୮ ଅକ୍ଟୋବର (ହି.ସ.)- ମାଲକାନଗିରି ସଦର ବ୍ଲକ ତଣ୍ଡାପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ୍.ଭି. ୬ ରାମଗୁଡା ଜୟ ମା କାଳୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ହୋଇଯାଇଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ପୂର୍ଵତନ ବିଧାୟକ, ଜନଜାତି ସେଲ୍ ରାଜ୍ୟ ଉପ ସଭାପତି ତଥା ବରିଷ୍ଠ ମୁଖପାତ୍ର ମାନସ ମାଡକାମୀ ଯୋଗଦେଇ ଆଜିର୍ କ୍ୱାର୍ଟର ଫାଇନାଲରେ ପ୍ରତିଯୋଗିତା କରୁଥିବା ଟିମ୍ ମାନଙ୍କ ମଧ୍ୟରେ କେ ବି ପି ୟୁଥ୍ କ୍ଲବ ତଳ ସାହି ଏଫ୍ ସି ଟିମ୍, ଜୟଶ୍ରୀ ଗଣେଶ ଏଫ୍ ସି ଟିମ୍, ଶକ୍ତି ଏଫ୍ ସି ଟିମ୍ , କେଡ଼ରୁଗୁଡା ଏଫ୍ ସି ଟିମ୍, ରାୟାଲ ଟାଇଗେର୍ କେ ଏମ୍ ଡି ଟିମ୍ ଏବଂ ମାରଙ୍ଗବୁରୁ ଟିମ୍ ର ସମସ୍ତ ଖେଳାଳୀଙ୍କୁ ହାତ ମିଳେଇ ଉତ୍ସାହିତ କରି ଆଜିର ଜୟ ମା କାଳୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳ ଶୁଭାରମ୍ଭ କରିଛନ୍ତି । ଆଜିର କ୍ୱାର୍ଟର ଫାଇନାଲରେ ପ୍ରତିଯୋଗିତା କରୁଥିବା ଟିମ୍ ମାନଙ୍କ ମଧ୍ୟରେ ବହୁ ସଂଘର୍ଷପୂର୍ଣ ଓ ରୋମାଞ୍ଚକ ଖେଳ ହୋଇଥିବା ବେଳେ ରୟାଲ୍ ଟାଇଗର୍ (କେ ଏମ୍ ଡି ) ଟିମ୍ ବିଜୟ ଲାଭ କରି ସେମି ଫାଇନାଲ୍ ରେ ପ୍ରବେଶ କରିଛି।
ଏମ୍ ଭି ୬ ରାମଗୁଡା ଜୟ ମା କାଳୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ବିଜେଡି ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା, ବିଜେଡି ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା, ଯୁବ ନେତା ଜୟନ୍ତ ଗିଲ୍, ପଲ୍ଲି ମଙ୍ଗଳ କମିଟି ସଭାପତି ସୁବୋଧ ମୁଣ୍ଡା, ପଲ୍ଲୀ ମଙ୍ଗଳ କମିଟି ବିଶ୍ୱନାଥ କୀର୍ତନିୟା, ୱାର୍ଡ ସଭ୍ୟା ଶ୍ରୀମତୀ ସଖୀ ମୁଣ୍ଡା ପ୍ରମୁଖଙ୍କ ସହ ଜୟ ମା କାଳୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳର ମୁଖ୍ୟ ରେଫରି ଶଙ୍କର କ୍ଷେତି ଏବଂ ତିନି ହଜାରରୁ ଉର୍ଦ୍ଧ୍ବ ଖେଳପ୍ରେମୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ